ଚଉଠି ରାତିରେ ଜଣାପଡ଼ିଲା ପୁଅ ନଂପୁସକ, ତାପରେ କ’ଣ ହେଲା ଜାଣନ୍ତୁ...
ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାର ପୁୱାନ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଠକିବା ଅଭିଯୋଗରେ ପୁଲିସ ସ୍ୱାମୀଙ୍କ ସମେତ ୭ଜଣଙ୍କୁ ଗିରଫ କରିଛି । ବରପକ୍ଷରୁ କନ୍ୟାଘରଠାରୁ ୧୦ ଲକ୍ଷ ଟଙ୍କା ଯୌତୁକ ନେବା ସହ ଠକିଥିବା ଅଭିଯୋଗରେ ପୁଲିସ ଏଫଆଇଆର ପଞ୍ଜୀକୃତ କରିଛି।
ମିଳିଥିବା ସୂଚନା ମୁତାବକ, ଯୁବତୀଙ୍କ ବାହାଘର ତାଙ୍କ ସମ୍ପର୍କୀୟମାନେ କରିଥିଲେ। ବଡ ଧୂମଧାମରେ ବିବାହ ସମାପନ ହୋଇଥିବାବେଳେ ଚଉଠି ରାତିରେ ଯୁବତୀ ଜଣକ ଜାଣିପାରିଲେ ଯେ ତାଙ୍କ ସ୍ୱାମୀ ଜଣେ ନପୁଂସକ । ତେବେ ବିବାହ ପୂର୍ବରୁ ଏକଥା କାହିଁକି ଜାଣିନଥିଲେ ବୋଲି ଯୁବତୀ ଜଣକ ପ୍ରଶ୍ନ କରିଥିଲେ । ଯେତେବେଳେ ଏବାବଦରେ ବୋହୂ ଜଣକ ତାଙ୍କ ଶାଶୁ ଘରେ ଏବାବଦରେ କହିଥିଲେ, ତାଙ୍କ ଶ୍ୱଶୁର ଓ ଶାଶୁଙ୍କ ସହ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାଡ଼ ମାରିଥିଲେ । ଆଉ କାହାକୁ ଏକଥା କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ତେବେ ଯୁବତୀ ଜଣକ ନିଜ ବାପଘରକୁ ଏବାବଦରେ କହିବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ । ଆଉ ପୁଲିସ ବର୍ତ୍ତମାନ ପ୍ରତାରଣା ସହ ନିର୍ଯାତନା ଅଭିଯୋଗରେ ଯୁବତୀଙ୍କ ଶାଶୁ, ଶ୍ୱଶୁରଙ୍କ ସହ ୭ ଜଣଙ୍କୁ ଗିରଫ କରିଛି ।
Powered by Froala Editor