ଦାଉଦର ନାଁ ନେଇ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ
ମୁମ୍ବାଇର ଜୁହୁରେ ଜଣେ ଲେଖିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ୩୫ ବର୍ଷୀୟ ଲେଖିକାଙ୍କୁ ଗୋଟିଏ ୫ ଷ୍ଟାର ହୋଟେଲ ମଧ୍ୟରେ ଜଣେ ୭୫ ବର୍ଷୀୟ ବ୍ୟବସାୟୀ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।
ପୀଡ଼ିତାଙ୍କ କହିବାର କଥା ବ୍ୟବସାୟୀ ଜଣଙ୍କ ତାଙ୍କୁ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଉ ଇବ୍ରାହିମର ଡି-ଗ୍ୟାଙ୍ଗର ନାଁ ନେଇ ବ୍ୟବସାୟୀ ଜଣଙ୍କ ତାଙ୍କୁ ଚୁପ ରହିବାକୁ ଧମକ ଦେଉଥିଲେ।
ଏଥିସହ ଦାଉଦର ନାଁ ନେଇ ସେ ତାଙ୍କୁ ଭୟଭୀତ କରୁଥିଲେ। ଯଦି ସେ ପୁଲିସ୍କୁ କିଛି ବି କହିବେ, ତା’ହେଲେ ତାଙ୍କୁ ଡି-ଗ୍ୟାଙ୍ଗ ହତ୍ୟା କରିଦେବ ବୋଲି ସେ ମହିଳା ଜଣଙ୍କୁ କହି ତାଙ୍କର ଫାଇଦା ଉଠାଉଥିଲେ। କିନ୍ତୁ ଏବେ ସବୁ କିଛି ସୀମା ପାର କରିଯିବାରୁ ପୀଡ଼ିତା ଜଣଙ୍କ ମୁମ୍ବାଇରେ ଥିବା ଅମ୍ବୋଲି ପୁଲିସ୍ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ବ୍ୟବସାୟୀ ଜଣଙ୍କ ଦାଦର ଅଞ୍ଚଳରେ ରୁହନ୍ତି। ଏହାବାଦ ସେ ମହିଳାଙ୍କ ଠାରୁ ୨ କୋଟି ଟଙ୍କାର ଋଣ ନେଇଥିଲେ। କିନ୍ତୁ ଆଉ ଫେରାଇ ନାହାନ୍ତି। ମହିଳା ଜଣଙ୍କ ଏହାର ପ୍ରତିବାଦ କରିବାରୁ ସେ ଦାଉଦ ଓ ଡି ଗ୍ୟାଙ୍ଗର ନାଁ ନେଇ ତାଙ୍କୁ ଧମକାଉଥିଲେ।
Powered by Froala Editor