ମୂଷାପଲ ନେଇଗଲେ ୫ ଲକ୍ଷର ଗହଣା
ଏ କଥା ଅଜବ ଲାଗିଲେ ବି ସତ । ମୂଷା ନେଇଯାଇଥିଲା ଲକ୍ଷ ଲକ୍ଷ ଟଙ୍କାର ଗହଣା । ପୁଲିସ ଖୋଳତାଡ ପରେ ଗହଣା ଫେରି ପାଇଛନ୍ତି ଜଣେ ମହିଳା ।
ଘଟଣାଟି ଏମିତି । ଗୋରେଗାଓଁର ଗୋକୁଳଧାମ କଲୋନୀରେ ଘରୋଇ ସହାୟକ ଭାବେ କାମ କରନ୍ତି ୪୫ ବର୍ଷୀୟ ସୁନ୍ଦରୀ ପ୍ଲାନିବେଲ। ଘଟଣା ଦିନ ସେ ବ୍ୟାଙ୍କରେ ୫ ଲକ୍ଷ ଟଙ୍କାର ସୁନା ଗହଣା ଜମା କରିବାକୁ ଯାଉଥିଲେ। ଏହି ସମୟରେ ସେ ରାସ୍ତାରେ ବୁଲୁଥିବା ଦୁଇ ଜଣ ପିଲାଙ୍କୁ ତାଙ୍କର ବଡ଼ାପାଓ ଥିବା ବ୍ୟାଗ ଦେଇଥିଲେ। ତେବେ ସୁନ୍ଦରୀ ବ୍ୟାଙ୍କରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ସେ ତାଙ୍କର ସୁନା ଅଳଙ୍କାର ମଧ୍ୟ ବଡ଼ାପାଓ ବ୍ୟାଗରେ ହିଁ ରଖିଥିଲେ। ତେଣୁ ସେ ତୁରନ୍ତ ଦୁଇ ପିଲାଙ୍କୁ ଖୋଜିବାରେ ଲାଗିଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲେ। ସୁନ୍ଦରୀ ବ୍ୟସ୍ତ ହୋଇ ଶେଷରେ ଦିନଦୋଶୀ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ।
ପୁଲିସ୍ ଘଟଣାର ଯାଞ୍ଚ କରି ଦୁଇ ପିଲା ଓ ସେମାନଙ୍କ ମା’ଙ୍କୁ ଠାବ କରିଥିଲା। ପୁଲିସ୍ ସେମାନଙ୍କୁ ପଚରାଉଚରା କରିବା ବେଳେ ସେମାନେ ବଡ଼ପାଓ ଖାଇବାକୁ ଚାହୁଁ ନଥିବାରୁ ଉକ୍ତ ବ୍ୟାଗକୁ ନିଟକସ୍ଥ ଅଳିଆ ଗଦାରେ ଫୋପାଡ଼ି ଦେଇଥିବା କହିଥିଲେ। ପୁଲିସ୍ ଅଳିଆ ଗଦାରେ ଯାଞ୍ଚ କରିବା ସହ ସ୍ଥାନୀୟ ଅଞ୍ଚଳର ସିସିଟିଭି ମଧ୍ୟ ଛାନଭିନ କରିଥିଲା। ସିସିଟିଭି ଯାଞ୍ଚ ବେଳେ ନିକଟସ୍ଥ ଡ୍ରେନରେ ଗାତ ଖୋଳି ରହୁଥିବା ଏକାଧିକ ମୂଷା ଉକ୍ତ ବ୍ୟାଗଟିକୁ ଅଳିଆ ଗଦାରୁ ନେଇ ଯାଇଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଏହାପରେ ମୂଷା ଗାତ ମଧ୍ୟରୁ ସୁନ୍ଦରୀଙ୍କ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗକୁ ଉଦ୍ଧାର କରାଯାଇଛି। ଘଟଣା ଜଣାପଡିବା ପରେ ବ୍ୟାଗ୍ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବ୍ୟାଗ୍ ଫୋପାଡି ଦେଇଥିବା ମା’ ଓ ପିଲାମାନେ ମଧ୍ୟ ନିରାଶ ହୋଇଛନ୍ତି ।

Powered by Froala Editor