ଚୋରିକୁ ବିରୋଧ କରିବାରୁ ଚଳନ୍ତା ଟେନ୍ରୁ କନେଷ୍ଟବଲଙ୍କୁ ଠେଲିଦେଲେ
ଚୋରିକୁ ବିରୋଧ କରିବାରୁ ବିହାର ପୋଲିସର ଜଣେ ମହିଳା କନଷ୍ଟେବଲଙ୍କୁ ଚଳନ୍ତା ଟ୍ରେନ୍ରୁ ଠେଲି ଦେଇଛନ୍ତି ୪ ଜଣ ଦୁର୍ବୃତ୍ତ । ଯେତେବେଳେ ସମସ୍ତିପୁର କାଠିହାର ପ୍ୟାସେଞ୍ଜର ଆଜି କାଠିହାର ଜଙ୍କସନରେ ପହଞ୍ଚିବାକୁ ଯାଉଥିଲା ସେହି ସମୟରେ ଏପରି ଘଟଣା ଘଟିଛି। ମହିଳା କନଷ୍ଟେବଙ୍କ ପରିଚୟ ଆରତି କୁମାରୀ ବୋଲି ଜଣାପଡ଼ିଛି ସେ ନୌଡ଼ାରେ ନିୟୋଜତ ଅଛନ୍ତି । ସେ ତାଙ୍କ ଘରକୁ ଯିବା ସମୟରେ ଜଙ୍କସନର ବାହାର ପୋଷ୍ଟରେ ଏପରି ହୋଇଥିଲା।
ଆହତ କନଷ୍ଟେବଲ କହିଛନ୍ତି ‘‘ଚାରିଜଣ ଲୁଟେରା ମୋ ମନି ପର୍ସ ଓ ମୋବାଇଲ୍ ଛଡ଼ାଇଥିଲେ। ମୁଁ ସେମାନଙ୍କୁ ବିରୋଧ କରିବାରୁ ସେମାନେ ମୋତେ ଟ୍ରେନ୍ରୁ ଠେଲିଦେଲେ’’। କିନ୍ତୁ ସେହି ସମୟରେ ମହିଳା କନଷ୍ଟେବଲ ଜଣଙ୍କ ବାରମ୍ୱାର କଲ୍ କରିବା ସତ୍ତ୍ୱେ ମଧ୍ୟ କଠିହାର ରେଳ ବିଭାଗ ଏସ୍ପି କୌଣସି ଉତ୍ତର ଦେଇନଥିଲେ।
ଆହତ କନଷ୍ଟେବଲଙ୍କୁ ରେଳ ଧାରଣା ପାଖେ ଦେଖି କଠିଆର ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। କନଷ୍ଟେବଲଙ୍କର ଡାହାଣ ଗୋଡ଼ ଭାଙ୍ଗିଯାଇଛି ଓ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଡାକ୍ତରମାନେ ତାଙ୍କୁ କଠିହାର ମେଡ଼ିକାଲ୍ କଲେଜ୍କୁ ସ୍ଥାନାନ୍ତର କରିଛନ୍ତି।
Powered by Froala Editor