ସୁସ୍ଥ ହେଉଛି ରାହୁଲ, କିନ୍ତୁ ରକ୍ତ ଇନଫେକସନ ହୋଇଥିବାରୁ ଜାରି ରହିବ ଚିକିତ୍ସା
ଗତରାତିରେ ବୋର୍ୱେଲ୍ରୁ ଉଦ୍ଧାର କରାଯାଇଥିବା ରାହୁଲ୍ ସାହୁ ଜଳଖିଆ ଖାଇଛି। ସାମାନ୍ୟ ଜର ଆସିବା ଛଡ଼ା ବାକି ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍ କହିଛନ୍ତି। ବିଳାସପୁର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା କହିଛନ୍ତି, ତା’ର ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ଓ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବ। ସ୍ପେସାଲିଷ୍ଟ୍ ଡାକ୍ତରଙ୍କ ତତ୍ତ୍ବାବଧାନରେ ଗୋଟାଏ ଆମ୍ବୁଲାନ୍ସ୍ରେ ତାକୁ ବିଳାସପୁର ଜିଲ୍ଲାରେ ଥିବା ଆପୋଲୋ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଉଛି।
କାରଣ ପାଣିରେ ରହିବା ପରେ ରାହୁଲର ରକ୍ତ ମଧ୍ୟ ସଂକ୍ରମିତ( ଇନଫେକ୍ସନ ) ହୋଇଛି । ୨ରୁ ୩ ଦିନ ମଧ୍ୟରେ ରାହୁଲର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସଠିକ ତଥ୍ୟ ଦେଇ ହେବ ବୋଲି ଡାକ୍ତର କହିଛନ୍ତି । ସପ୍ତାହେ ପର୍ଯ୍ୟନ୍ତ ଚିକିତ୍ସା ଚାଲିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ସେପଟେ ପୁଅକୁ ପାଇ ଏବେ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।
Powered by Froala Editor