୭ ଦିନିଆ ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ବୁଧବାର ମାନସା କୋର୍ଟରେ ପଞ୍ଜାବ ପୋଲିସ ମୁଖ୍ୟ ବିଚାରପତିଙ୍କ ନିକଟରେ ହାଜର କରିଥିଲା। ଏହି ମାମଲାର ଶୁଣାଣି ପରେ କୋର୍ଟ ଗ୍ୟାଙ୍ଗଷ୍ଟର ବିଷ୍ଣୋଇଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ତାଙ୍କ ରିମାଣ୍ଡ ଅବଧି ଜୁନ୍ ୨୨କୁ ବୃଦ୍ଧି ହୋଇଛି।
ବିଷ୍ଣୋଇ ହେଉଛନ୍ତି ସିଦ୍ଧୁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ। କଡ଼ା ସୁରକ୍ଷା ମଧ୍ୟରେ ବିଷ୍ଣୋଇଙ୍କୁ ବୁଧବାର ଭୋରୁ ପ୍ରାୟ ପ୍ରାୟ ୪ଟା ବେଳେ ଡିୟୁଟି ମାଜିଷ୍ଟ୍ରେଟ୍ଙ୍କ ଆଗରେ ହାଜର କରାଯାଇଥିଲା। ରିମାଣ୍ଡ୍ ଆଦେଶ ପାଇବା ପରେ ପଞ୍ଜାବ ପୁଲିସ ବିଷ୍ଣୋଇଙ୍କୁ ଖରାରର ସିଆଇଏ ଷ୍ଟାଫ ଅଫିସକୁ ନେଇଛି। ସେଠାରେ ତାଙ୍କୁ ଅଧିକ ପଚରାଉଚରା କରିବ। ଲରେନ୍ସକୁ ଉଭୟ ଏସଆଇଟି ଏବଂ ଏଜିଟିଏଫ ଜେରା କରିପାରେ। ପୂର୍ବରୁ ସୁରକ୍ଷାକୁ ନେଇ ତାଙ୍କ ଓକିଲ ଆପତ୍ତି ଉଠାଇଥିଲେ। ହେଲେ ଲରେନ୍ସଙ୍କ ସୁରକ୍ଷା ବ୍ୟବସ୍ଥା କୌଣସି ହେଳା କରାଯାଇ ନାହିଁ ପୁଲିସ କୋର୍ଟକୁ କହିଥିଲା।

Powered by Froala Editor