ପୁଣି ବଢିଲା ସଂକ୍ରମଣ, ଦିନକରେ ୮୮୨୨ ନୂଆ ସଂକ୍ରମିତ
ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ସଂକ୍ରମଣ । ଗତକାଲି ଦୈନିକ ସଂକ୍ରମଣ ୭ ହଜାର ତଳକୁ ଖସିଥିବା ଏବେ ଏହା ପୁଣି ୯ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମୋଟ ୮,୮୨୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (ଓଦ୍ଭୟସବ ଜରମକ୍ଟକ୍ସୟଗ୍ଦ ୮,୮୨୨ ଲକ୍ସରଗ୍ଦଷ ଉକ୍ଟଙ୍ଖସୟ ଉବଗ୍ଦରଗ୍ଦ) । ହେଲେ ସଂକ୍ରମଣ ଅନୁପାତରେ ମୃତ୍ୟୁସଂଖ୍ୟା କମ୍ ରହିଛି । ୨୪ ଘଣ୍ଟା ମଧ୍ୟରେ କେବଳ ୧୫ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ବେଳେ ୫,୭୧୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା ୫୩,୬୩୭ରେ ପହଞ୍ଚିଛି । ଦେଶରେ ଦିନକୁ ଦିନ ପଜିଟିଭ ରେଟ୍ ମଧ୍ୟ ବଢିଚାଲିଛି । ବର୍ତ୍ତମାନ ଦୈନିକ ପଜିଟିଭ ରେଟ୍ ୨% ରହିଛି । ସେହିପରି ଦେଶରେ ଏଯାବତ ୪,୨୬,୬୭,୦୮୮ ଜଣ ସଂକ୍ରମଣରୁ ସୁସ୍ଥ ଲାଭ କରିଛନ୍ତି । ଏପର୍ୟ୍ୟନ୍ତ ମୋଟ ୫,୨୪,୭୯୨ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୫ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୩,୫୮,୬୦୭ ଜଣଙ୍କୁ ଟିକା ଦିଆଯାଇଛି ।
Powered by Froala Editor