୫ ଦିନର ସଂଘର୍ଷ ସଫଳ : ଉଦ୍ଧାର ହେଲା ରାହୁଲ, ଚମ୍ପା ଜିଲ୍ଲାରେ ଉତ୍ସବ ମନାଇଲେ ଲୋକେ
୫ ଦିନ ପରେ ବୋରୱେଲ୍ ଭିତରୁ ଉଦ୍ଧାର ହେଲେ ୧୦ ବର୍ଷର ବାଳକ ରାହୁଲ ସାହୁ। ଟନେଲରୁ ବାହାରକୁ ଆସିବା ମାତ୍ରେ ରାହୁଲକୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସକୁ ନିଆଯାଇଥିଲା । ଆମ୍ବୁଲାନ୍ସରେ ଉପସ୍ଥିତ ଥିବା ମେଡିକାଲ ଟିମ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ରାହୁଲକୁ ହସ୍ପିଟାଲ ନେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ପୂର୍ବରୁ କରାଯାଇଥିଲା । ରାସ୍ତାରେ ପଡୁଥିବା ସବୁ ମେଡିକାଲକୁ ହାଇ ଆଲର୍ଟରେ ରଖଯାଇଥିଲା ।
୫ ଦିନ ତଳେ ଛତିଶଗଡ଼ ରାଜ୍ୟ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁରେ ରାହୁଲ ପ୍ରାୟ ୮୦ ଫୁଟ୍ ବୋରୱେଲ୍ ଗାତ ଖସି ପଡ଼ିଥିଲେ। ଏହି ଖବର ପ୍ରକାଶ ପାଇବା ପାଇଁ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଟିମ୍ ଓ ଜିଲ୍ଲା ପ୍ରଶାସନ ଆସିଥିଲା। ରାହୁଲଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଥିଲା ଚ୍ୟାଲେଞ୍ଜପୂର୍ଣ୍ଣ। କାରଣ ବୋରୱେଲ୍ ପାର୍ଶ୍ୱରେ ଖୋଳା ଯାଇଥିବା ସୁଡଙ୍ଗରେ ପଥର ପଡ଼ିଥିଲା । ଉଦ୍ଧାରକାରୀ ଦଳ ପଥରକୁ କାଟି ଭିତରେ ପଶିଥିଲେ। ୫ ଦିନର ଅପରେଶନରେ ବୋରୱେଲ୍ ପାର୍ଶ୍ୱରେ ସୁଡଙ୍ଗ କରି ରାହୁଲ୍ଙ୍କୁ ଉଦ୍ଧାର କରିଥିଲା।
ବୋରଓ୍ବେଲରେ କେବଳ ରାହୁଲ ଫସି ନଥିଲା । ରାହୁଲ ସହ ଏକ ସାପ ଓ ଗୋଟିଏ ବେଙ୍ଗ ମଧ୍ୟ ଥିଲେ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଦୁଇ ଜୀବ ରାହୁଲର କିଛି କ୍ଷତି କରିନଥିଲେ । ରାହୁଲ ଉଦ୍ଧାର ପରେ ଛତିଶଗଡ଼ ଚମ୍ପା ଜିଲ୍ଲାରେ ବିଭିନ୍ନ ପ୍ରକାର ବାଣର ଆତସବାଜି ଦେଖିବାକୁ ମିଳିଥିଲା ।
Powered by Froala Editor