ମୋମୋ ପାଇଁ ଏମ୍ସ ଜାରି କଲା ନିର୍ଦ୍ଦେଶାବଳୀ, ଜାଣନ୍ତୁ କାହିଁକି
ଯଦି ଆପଣ ମୋମୋ ଖାଇବାକୁ ପସନ୍ଦ କରନ୍ତି ତାହେଲେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶାବଳୀକୁ ପଢ଼ିବା ଆବଶ୍ୟକ। ଏମ୍ସ ଏବେ ସେହି ଲୋକମାନଙ୍କୁ ପରାମର୍ଶ ଦେଇଛି, ଯେଉଁମାନେ ଲାଲ୍ ଚଟଣି ସହିତ ଗରମ ମୋମୋ ଖାଇଥାନ୍ତି । ଏମ୍ସ ପକ୍ଷରୁ କୁହାଯାଇଛି ଯେ ମୋମୋ ଖାଉଥିଲେ, ଭଲରେ ଚୋବାଇବା ସହ ସତର୍କତାର ସହିତ ଗିଳିବା ଉଚିତ । ଏଭଳି ନ କଲେ ସ୍ୱାସ୍ଥ୍ୟ ପ୍ରତି ବିପଦ ହୋଇପାରେ ଏବଂ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ବାସ୍ତବରେ, ମୋମୋ ଖାଇବା ପରେ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଏମ୍ସ ବିଶେଷଜ୍ଞମାନେ ଏହା କହିଛନ୍ତି ।
ଦିଲ୍ଲୀର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଏମ୍ସ ଡାକ୍ତରଖାନା ଅଣାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ମଦ ପିଇ ଓ ଗୋଟିଏ ଦୋକାନରେ ମୋମୋ ଖାଉଥିଲେ। ଏହି ସମୟରେ ସେ ହଠାତ ତଳେ ପଡ଼ିଯାଇଥିଲେ। ମୃତ ବ୍ୟକ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଫରେନ୍ସିକ ବିଶେଷଜ୍ଞମାନେ କହିଛନ୍ତି ମୃତବ୍ୟକ୍ତିଙ୍କ ଶ୍ୱାସ ନଳୀରେ ମୋମୋ ଜମା ହୋଇଯାଇଥିଲା। ବିଶେଷଜ୍ଞମାନେ ଏହାକୁ ନ୍ୟୁରୋଜୋନିକ କାର୍ଡିଆକ୍ ଆରେଷ୍ଟ ବୋଲି କହିଛନ୍ତି।
ଏମ୍ସର ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଏପରି ମାମଲା ଯେଉଁଥିରେ ମୋମୋ ଯାଇ ଶ୍ୱାସ ନଳୀରେ ଅଟକି ଯାଇଥିଲା ଯାହାଫଳରେ ସମ୍ପୃକ୍ତ ବ୍ୟକ୍ତିର ମୃତ୍ୟୁ ହୋଇଛି। ସେ କହିଛନ୍ତି ଆମେ ଯେତେବେଳେ ଏପରି ଖାଦ୍ୟ ଖାଉଛୁ ତାକୁ ଭଲ ଭାବେ ଚୋବାଇବା ଦରକାର। ଯଦି ଆମେ ଏହାକୁ ନଚୋବାଇ ସେମିତି ଖାଇବା ତାହେଲେ ଏହି ଖାଦ୍ୟ ପଦାର୍ଥ ଖାଦ୍ୟ ନଳୀରେ ଜମା ହୋଇଯିବାର ଆଶଙ୍କା ରହିଛି ।
Powered by Froala Editor