ଦେଢ଼ ବର୍ଷରେ ୧୦ ଲକ୍ଷ ନିଯୁକ୍ତି ଦେବେ କେନ୍ଦ୍ର ସରକାର
ଆଗାମୀ ଦେଢ଼ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୧୦ ଲକ୍ଷ ପଦ ପାଇଁ ନିଯୁକ୍ତି ସୃଷ୍ଟି କରାଯିବ । କରୋନା ମହାମାରୀ ହେତୁ ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାରୀ ବିଭାଗରେ ନିଯୁକ୍ତି ହୋଇନାହିଁ। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ନିଯୁକ୍ତି ଘୋଷଣା କରିଛନ୍ତି ।
ପିଏମ୍ଓ ଇଣ୍ଡିଆ ଆକାଉଣ୍ଟରୁ ଏ ସମ୍ୱନ୍ଧରେ ସୂଚନା ଦେଇ ଟ୍ୱିଟ୍ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ମାନବ ସମ୍ୱିଧାନର ସମିକ୍ଷା କରିଛନ୍ତି । ଏହା ସହିତ ସେ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଏହା ଉପରେ ମିସନ୍ ମୋଡରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ୧୦ ଲକ୍ଷ ପଦରେ ନିଯୁକ୍ତି କରିବାକୁ ସରକାରଙ୍କୁ ଆଦେଶ ଦେଇଛନ୍ତି । ମୋଦି ସରକାରଙ୍କ ଏହି ନିଷ୍ପତ୍ତି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ବଡ଼ ଖବର ।
ଉଲ୍ଲେଖଯୋଗ୍ୟ, ବେରୋଜଗାର ପ୍ରସଙ୍ଗରେ ବିରୋଧୀ ଦଳ କ୍ରମାଗତ ଭାବରେ ବିଜେପିକୁ ଘେରୁଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ମୋଦି ସରକାରଙ୍କୁ ଅନେକ ଥର ଟାର୍ଗେଟ କରିଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଘୋଷଣା ବିରୋଧୀ ଦଳର ପ୍ରଶ୍ନର ଉତ୍ତର ମଧ୍ୟ ଦେବ ଏବଂ ଦେଶରେ ବେକାରୀ ସମସ୍ୟା ଦୂର କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରମାଣିତ ହେବ ବୋଲି କୁହାଯାଉଛି।
Powered by Froala Editor