ବିଶ୍ୱର ପ୍ରଥମ : ସିଗାରେଟ ଖୋଳରେ ଲିଖିତ ସତର୍କ ସୂଚନା ଦେବ କାନାଡ଼ା
ବିଶ୍ୱର ପ୍ରଥମ ଦେଶ ଭାବେ ସିଗାରେଟ ଖୋଳ ଉପରେ ଲିଖିତ ସତର୍କ ସୂଚନା ଜାରି କରିବ କାନାଡ଼ା। ଦୀର୍ଘ ଦୁଇ ଦଶଂଧି ଧରି କାନାଡା ଏହି ପଦକ୍ଷେପ ନେଇ ଏକ ଉଦାହାରଣ ସୃଷ୍ଟି କରିଛି। ସିଗାରେଟ୍ ପ୍ୟାକେଟ୍ ଉପରେ ପ୍ରଥମ ଥର ଗ୍ରାଫିକ୍ ଜରିଆରେ ଚେତାବନୀ ଦେଇଥିବାରୁ ଏହି ରାଷ୍ଟ୍ରକୁ ‘ଟ୍ରେଣ୍ଡ୍ସେଟର୍’ ବୋଲି କୁହାଯାଉଛି।
ବର୍ତ୍ତମାନ ସିଗାରେଟ୍ ଖୋଳ ଉପରେ ଫଟୋ ଚିତ୍ର ଦ୍ୱାରା ସତର୍କ ସୂଚନା ଦିଆଯାଉଛି। ହେଲେ ଏହା ଲୋକଙ୍କ ଉପରେ ଆଉ ପ୍ରଭାବ ପକାଉ ନାହିଁ। ଆମେରିକା ଗଣମାଧ୍ୟମ ଦି ଗାର୍ଡିଆନ୍ରେ ଏଭଳି ରିପୋର୍ଟ ପ୍ରକାଶ କରିଥିଲା। ଏହାପରେ କାନାଡ଼ା ସରକାର ଲିଖିତ ସତର୍କ ସୂଚନା ଦେବାକୁ ସ୍ଥିର କରିଛନ୍ତି।
ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କାନାଡ଼ା ମାନସିକ ସ୍ୱାସ୍ଥ୍ୟ ଓ ଆଡିକ୍ସନ ମନ୍ତ୍ରୀ କେରୋଲୀନ ବେନେଟ୍ କହିଛନ୍ତି ” ଆମେ ଭାବିବା ଦରକାର ଯେ ଏଭଳି ମେସେଜ୍(ଚିତ୍ର ମାଧ୍ୟମରେ ସତର୍କ ସୂଚନା) ତାର ନୂତନତ୍ୱ ହରାଇଲାଣି ଓ ଧୀରେ ଧୀରେ ଏହାର ଆକାର ଛୋଟ ହେଲାଣି। ତେଣୁ ଚିନ୍ତାର ବିଷୟ ହେଲା ଏହା ଲୋକଙ୍କ ଉପରେ ପ୍ରଭାବ ପକାଇ ନପାରେ।”
ଲିଖିତ ସତର୍କ ସୂଚନା ବିଷୟରେ ସେ କହିଛନ୍ତି ” ନିର୍ଦ୍ଦିଷ୍ଟ ତମାଖୁ ଉତ୍ପାଦନ ଉପରେ ଲିଖିତ ସତର୍କ ସୂଚନା ଦେଲେ ଏହା ଲୋକଙ୍କ ପାଖରେ ପହଞ୍ଚି ପାରିବ ବୋଲି ଜଣାପଡ଼ିବ। ବିଶେଷ କରି ବିଭିନ୍ନ ସାମାଜିକ ପରିସ୍ଥିତିରେ ଏକାଧିକ ଥର ସିଗାରେଟ ଟାଣୁଥିବା ଯୁବକମାନଙ୍କ ଠାରେ ମେସେଜ୍ ପହଞ୍ଚିବ। ଯେଉଁମାନେ ଅନେକ ସମୟରେ ଫଟୋ ସୂଚନାକୁ ଏଡ଼ାଇ ଦିଅନ୍ତି।”
ପ୍ରସ୍ତାବିତ ଯୋଜନା ଉପରେ ଶନିବାର ଠାରୁ ପରାମର୍ଶ ଲୋଡ଼ାଯିବ ଓ ୨୦୨୩ ଅଧା ସୁଧା ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ତେବେ ବର୍ତ୍ତମାନର ମେସେଜ୍ରେ ପରିବର୍ତ୍ତନ କରାଯିବ। ସିଗାରେଟ୍ ଟାଣିବା ଦ୍ବାରା ସ୍ବାସ୍ଥ୍ୟ ଉପରେ କି କି ଖରାପ ପ୍ରଭାବ ସବୁ ପଡ଼ିଥାଏ ସେ ସଂପର୍କର ପ୍ୟାକେଟ୍ରେ ଉଲ୍ଲେଖ ରହିବ।ନୂଆ ପ୍ରସ୍ତାବ ଅନୁସାରେ ‘ପ୍ରତ୍ୟେକ ସୋଟାରେ ବିଷ(Poison in every puff)।’ ତା ସହ ସିଗାରେଟ ପ୍ୟାକେଜ୍ରେ ଏହାର ଖରାପ ପ୍ରଭାବ ଯଥା ପାକସ୍ତଳୀ କର୍କଟ, ବୃଦନ୍ତ୍ର କ୍ୟାନସର, ମଧୁମେୟ, ଏବଂ ପେରିଫେରାଲ ଭସ୍କୁଲାର ରୋଗ ଆଦି ବିଷୟରେ ସୂଚନା ରହିବ। କାନାଡିୟନ୍ କ୍ୟାନ୍ସର ସୋସାଇଟିର ବରିଷ୍ଠ ପଲିସ୍ ଆନାଲିଷ୍ଟ୍ ଏହି ପଦକ୍ଷେପକୁ ନେଇ ଆଶା ପ୍ରକଟ କରି କହିଛନ୍ତି ଯେ ଏହି ସଚେତନତା ବିଶ୍ବସ୍ତରରେ ଲୋକପ୍ରିୟ ହେବ।
Powered by Froala Editor