ଯୁବତୀଙ୍କୁ ବିଚ୍ ରାସ୍ତାରେ କାଳି ମାଡ଼
ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କ ଉପରେ ୨ ଜଣ ଦୁର୍ବୃତ୍ତ କାଳି ମାଡ଼ କରିଛନ୍ତି। ଯୁବତୀ ଜଣକ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ନିଜ ମା’ଙ୍କ ସହ ଯାଉଥିବା ବେଳେ ଦୁଇ ଜଣ ଯୁବକ ଆସି ତାଙ୍କ ଉପରକୁ କାଳିମାଡ଼ କରିଛନ୍ତି। ଏହି ଘଟଣାରେ ପୁଲିସ ୧୯୫(ଏ), ୫୦୬,୩୨୩ ଏବଂ ୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।
ରାଜସ୍ଥାନ ମନ୍ତ୍ରୀ ମହେଶ ଜୋଷୀଙ୍କ ପୁଅ ରୋହିତ ଯୋଶୀ ନାମରେ ଯୁବତୀ ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୀଡିତା ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀଙ୍କ ପୁଅ ରୋହିତ ଯୋଶୀ ମଦ୍ୟପାନ କରିବା ପରେ ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ସେ ଯେତେବେଳେ ଗର୍ଭବତୀ ହୋଇଥିଲେ ସେତେବେଳେ ତାଙ୍କର ଗର୍ଭପାତ କରାଯାଇଥିଲା । ପୀଡିତା ଉତ୍ତର ଦିଲ୍ଲୀର ସଦର ପୁଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ। ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।
ଘଟଣାରେ ମନ୍ତ୍ରୀଙ୍କ ପୁଅକୁ ଗିରଫ ପାଇଁ ଦିଲ୍ଲୀ ପୁଲିସ ଏକ ଟିମ୍ ରାଜସ୍ଥାନକୁ ପଠାଇ ଥିଲା। ହେଲେ ସେ ଘରେ ନଥିବା ଜଣାପଡ଼ିଥିଲା। ତେବେ ଗତକାଲି ରୋହିତ ଦିଲ୍ଲୀ ପୁଲିସରେ ହାଜର ହୋଇଥିଲେ। ଦିଲ୍ଲୀ କୋର୍ଟରୁ ଆଗୁଆ ଜାମିନ ପାଇବା ପରେ ସେ ଗତକାଲି ଦିଲ୍ଲୀ ପୁଲିସ ନିକଟରେ ହାଜର ହୋଇଥିଲେ।
Powered by Froala Editor