ପୁଣି ଅସୁସ୍ଥ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ରବିବାର ତାଙ୍କୁ ମୋହଲିର ଫର୍ଟିସ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେ ରାତିରେ ଅନେକ ଥର ବାନ୍ତି କରିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଅକାଳି ଦଳର ଜଣେ ମୁଖପାତ୍ର କହିଛନ୍ତି।
ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି। ସିରୋମଣି ଅଖିଳ ଦଳ(ଏସ୍ଏଡି)ର ନେତା ପ୍ରକାଶ ସିଂହ ଗତ ଫେବ୍ରୁଆରିରେ ବି ଅସୁସ୍ଥ ହୋଇଥିବାରୁ ମୁକ୍ତସରରୁ ମୋହଲିର ଫର୍ଟିସ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବା ପରେ ତାଙ୍କୁ ଘରକୁ ଅଣାଯାଇଥିଲା। ତା’ ପୂର୍ବରୁ ଚଳିତ ବର୍ଷ ଆରମ୍ଭରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ତେଣୁ ତାଙ୍କୁ ଲୁଧିଆନାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଫେବ୍ରୁଆରୀରେ ତାଙ୍କୁ କୋଭିଡ ଯାଞ୍ଚ ପାଇଁ ମୋହାଲିର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ହାର୍ଟ ଏବଂ ଫୁସଫୁସ ଯାଞ୍ଚ କରାଯାଇଥିଲା। ହସ୍ପିଟାଲ୍ରେ ଭର୍ତ୍ତି ହେବାର କିଛି ଦିନ ମଧ୍ୟରେ ସେ ସୁସ୍ଥ ହୋଇ ଡିସ୍ଚାର୍ଜ ମଧ୍ୟ ହୋଇ ଯାଇଥିଲେ।

Powered by Froala Editor