ପୁଣି ମହଙ୍ଗା ହୋଇପାରେ ପେଟ୍ରୋଲ ଡିଜେଲ
Pନୂଆଦିଲ୍ଲୀ: କେନ୍ଦ୍ର ସରକାର ତୈଳ ଦର ଉପରୁ ଏକ୍ସାଇଜ୍ ଡ୍ୟୁଟି ହଟାଇବା ପରେ ସାଧାରଣ ଜନତାଙ୍କୁ ସାମାନ୍ୟ ଆସ୍ୱସ୍ଥି ମିଳିଛି ସତ କିନ୍ତୁ ତେଲ କମ୍ପାନୀଗୁଡିକଙ୍କ ଉପରେ ବୋଝ ବଢିଯାଇଛି । ଅଶୋଧିତ ତୈଳର ଦର ଲଗାତାର ବୃଦ୍ଧି ହେଉଥିବାରୁ ସରକାରୀ ତେଲ କମ୍ପାନୀ ଗୁଡିକ କ୍ଷତି ସହୁଛନ୍ତି । ତେଣୁ ଆଶଂକା କରାଯାଉଛି ଆଗକୁ ପୁଣି ତେଲ ମହଙ୍ଗା ହୋଇପାରେ ।
ଗତ କିଛିଦିନ ଧରି ପେଟ୍ରୋଲ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ବଢିବାକୁ ଯାଉଛି ତୈଳ ଦଳ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଲଗାତାର ବଢିବାରେ ଲାଗିଛି । ଗତ ୧୦ ବର୍ଷ ମଧ୍ୟରେ ସର୍ବାଧିକ ବଢିଛି କ୍ରୁଡ୍ ଅଏଲ ବା ଅଶୋଧିତ ତୈଳର ଦର । କିନ୍ତୁ ଅଶୋଧିତ ତୈଳ ଦର ବୃଦ୍ଧି ହିସାବରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହୋଇନି । ଯେଉଁଥି ପାଇଁ ତୈଳ କମ୍ପାନୀଗୁଡିକ କ୍ଷତି ସହୁଛନ୍ତି ।
ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲର ଦର ପ୍ରତି ବ୍ୟାରେଲ ୧୨୧.୨୮ ଡଲାର ରହିଛି । ଯାହା ୨୦୧୨ ପରେ ରେକର୍ଡ ଦର ବୃଦ୍ଧି ବୋଲି କୁହାଯାଉଛି । ତେବେ ମେ’ ୨୧ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଯାହାଫଳରେ ରାଷ୍ଟ୍ରିୟ ବଜାରରେ ତେଳ ଦର ବର୍ତ୍ତମାନ ସ୍ଥିର ରହିଛି ।
Powered by Froala Editor