ବଢ଼ିବାରେ ଲାଗିଛି ନୂପୁରଙ୍କ ଅଡୁଆ : ମୁମ୍ବାଇ ପୁଲିସର ସମନ
ମୁମ୍ବାଇ: ଦିନକୁ ଦିନ ନୂପୁର ଶର୍ମାଙ୍କ ଅଡୁଆ ବଢ଼ିବାରେ ଲାଗିଛି। କିଛି ଦିନ ତଳେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମନ କରିଛି ମୁମ୍ବାଇ ପୁଲିସ। ପଚରାଉଚରା ପାଇଁ ପାୟାଧୁନୀ ଥାନା ପୋଲିସ ତାଙ୍କୁ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଦେଇଛି। ରଜା ଏକାଡେମୀର ଅଭିଯୋଗ ଆଧାରରେ ପୁଲିସ ନୂପୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଜୁନ ୨୫ରେ ଥାନାରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି।
ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ନୂପୁର ଶର୍ମା ଦେଇଥିବା ଆପତ୍ତି ଜନକ ମନ୍ତବ୍ୟକୁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଗତକାଲି (ଶୁକ୍ରବାର) ଇସଲାମ ଧର୍ମର ବ୍ୟକ୍ତିମାନେ ନମାଜ ପାଠ ସାରି ଦିଲ୍ଲୀର ଜାମା ମସଜିଦ ବାହାରେ ବହୁ ସଂଖ୍ୟାରେ ପୋଷ୍ଟର ଏବଂ ବ୍ୟାନର ଧରି ସ୍ଲୋଗାନ ଦେଇଥିଲେ। ଅନ୍ୟପକ୍ଷରେ, ଉତ୍ତରପ୍ରଦେଶର ପ୍ରୟାଗରାଜରୁ ସାହାରନପୁର ପର୍ୟ୍ୟନ୍ତ ଶୋଭାଯାତ୍ରା କରି ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ ଗିରଫ କରିବାକୁ ଦାବି ହୋଇଛି। ଏହି ଘଟଣାକୁ ନେଇ ପୁଲିସ ୧୩୬ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ସାରା ଦେଶରେ ମୁସଲମାନ ସମ୍ପ୍ରଦାୟ ସଂଗଠନ ପକ୍ଷରୁ ନୂପୁରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।
Powered by Froala Editor