ଅଭ୍ୟାସ ମ୍ୟାଚରେ ଦର୍ଶକଙ୍କୁ ଦେଖି ବିସିସିଆଇ କଲା ପ୍ରଶଂସା

କଟକ : ବାରବାଟୀ ଷ୍ଟାଡ଼ିୟମରେ ଶନିବାର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି ଅଭ୍ୟାସ କରିଥିଲେ। ଅଭ୍ୟାସ ଦେଖିବା ଲାଗି ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ୬ ଓ ୭ ନମ୍ବର ଗ୍ୟାଲେରୀରେ ଦର୍ଶକଙ୍କୁ ସୁଯୋଗ ମିଳିଥିଲା। ମଧ୍ୟାହ୍ନ ୧୨ଟାରେ ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ କରିବାକୁ ଆସିଥିଲା। ଏଥିରେ ଦୁଇ ଗ୍ୟାଲେରୀରେ ପାଖାପାଖି ୫୦୦୦ରୁ ଅଧିକ ଦର୍ଶକଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା। ପରେ ଅପରାହ୍ଣ ୫ଟାରେ ଭାରତୀୟ ଦଳ ଅଭ୍ୟାସ କରିବାକୁ ଆସିଥିଲା। ଭାରତୀୟ ଦଳର ଅଭ୍ୟାସ ଦେଖିବା ଲାଗି ଷ୍ଟାଡ଼ିୟମେର ପାଖାପାଖି ୧୫ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ୬ ଓ ୭ ନମ୍ବର ଗ୍ୟାଲେରୀରେ ଦର୍ଶକ ଭାରତୀୟ ଖେଳାଳି ଅଭ୍ୟାସ କରିବା ସମୟରେ ତାଳି ଓ ସ୍ଲୋଗାନ ଦେଇ ଉତ୍ସାହିତ କରିଥିଲେ। ଯାହା ଅଭ୍ୟାସରେ ବି ମ୍ୟାଚର ଭ୍ରମ ସୃଷ୍ଟି କରିଥିଲା। ଅଭ୍ୟାସ ମ୍ୟାଚରେ ଏତେ ସଂଖ୍ୟକ ଦର୍ଶକଙ୍କୁ ଦେଖି ବିସିସିଆଇ ପ୍ରଶଂସା କରିଛି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟ୍ବିଟ୍ କରି ଅଭ୍ୟାସ ମ୍ୟାଚରେ ଏତେ ସଂଖ୍ୟକ ଦର୍ଶକ ଦେଖିବା ବିଶ୍ବରେ ପ୍ରଥମ ବୋଲି କହିଛନ୍ତି। କ୍ରିକେଟପ୍ରେମୀଙ୍କ ଏଭଳି ଉତ୍ସାହ ପ୍ରଶଂସନୀୟ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
Powered by Froala Editor