ଝିଅର ଖୁସି ପାଇଁ ସରୋଗେଟ୍ ହେଲେ ମା’
ମା’ । ଯିଏ ନିଜ ପିଲା ପାଇଁ କିଛି ବି କରିପାରେ । ନିସ୍ୱାର୍ଥ ଭାବେ ଭଲପାଇବା ଦେଇପାରେ । ମମତାର ମୂର୍ତ୍ତିମନ୍ତ ରୂପ ନେଇ ପୁଣି ଜଣେ ମା’ଙ୍କ କଥା ସାମ୍ନାକୁ ଆସିଛି । ଯିଏ ନିଜ ଝିଅର ସନ୍ତାନକୁ ନିଜ ଗର୍ଭରେ ଧାରଣ କରିଛନ୍ତି । ଘଟଣାଟି ଆମେରିକାର।
ଏଠାକାର ଜଣେ ୨୫ ବର୍ଷୀୟା ଯୁବତୀ ମାଆ ହେବାକୁ ଚାହିଁ ମଧ୍ୟ ତାଙ୍କ ଗର୍ଭାଶୟରେ ଥିବା ସମସ୍ୟା ହେତୁ ମାଆ ହୋଇ ପାରୁନଥିଲେ। ଏଥିପାଇଁ ସେ ଚିନ୍ତିତ ଥିଲେ। ଏସବୁ ଦେଖି ୪୯ ବର୍ଷୀୟ ମାଆ ଶେଷର ଝିଅର ଖୁସି ପାଇଁ ଝିଅର ସନ୍ତାନକୁ ନିଜ ଗର୍ଭରେ ରଖିବାର ନିଷ୍ପତ୍ତି ନେଲେ।
ମହିଳାଙ୍କର ଏହି ନିଷ୍ପତ୍ତି ଏବେ ସଫଳ ହୋଇଛି। ମହିଳା ଜଣକ ଏକ ସୁନ୍ଦର ଓ ସୁସ୍ଥ ପିଲାକୁ ଜନ୍ମ ଦେଇଛନ୍ତି। ମହିଳା ଜନ୍ମ ଦେଇଥିବା ଶିଶୁଟି ତାଙ୍କ ଝିଅ ଓ ଜ୍ବାଇଁଙ୍କର। ସେ ଖାଲି ପିଲାଟିକୁ ନିଜ ଗର୍ଭରେ ଧାରଣ କରିଥିଲେ। ସରୋଗେସି ଜରିଆରେ ପିଲା ଜନ୍ମ ହୋଇଛି।
Powered by Froala Editor