ଓଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ର ୪ ଅଧିକାରୀଙ୍କ ବଦଳି ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ପ୍ଲାନିଂ ଆଣ୍ଡ କନର୍ଭଜେନ୍ସ ବିଭାଗ ଅତିରିକ୍ତ ସଚିବ, ସୁବର୍ଣ୍ଣପୁର ଡିଆରଡିଏ ପିଡି ଦୋଳମଣି ପଟେଲଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସୁବର୍ଣ୍ଣପୁର ଉପ ଜିଲ୍ଲାପାଳ ନିହାର ରଞ୍ଜନ କଅଁର ସୁବର୍ଣ୍ଣପୁର ଡିଆରଡିଏ ପିଡି ଭାବେ ଦାୟିତ୍ୱ ଦିଆଯାଇଛି । ସୁବର୍ଣ୍ଣପୁର ଉପ ଜିଲ୍ଲାପାଳ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ସବ୍ କଲେକ୍ଟର ଭାବେ ଦାୟିତ୍ୱ ଦିଆଯାଇଛି ।
Powered by Froala Editor