ବିବାହ କରିବାକୁ ରାଜି ହେଲାନି ବୋଲି ୩ ଛୁଆର ମା’କୁ ଏସିଡ୍ ଫିଙ୍ଗିଦେଲା ଯୁବକ
୩ ଟି ଛୁଆର ମା’କୁ ଜଣେ ଯୁବକ ବାରମ୍ବାର ପ୍ରେମ ନିବେଦନ କରୁଥିଲା । କିନ୍ତୁ ସଫଳ ହେଲାନି । ଶେଷରେ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକାକୁ ଏସିଡ ଫିଙ୍ଗି ଦେଇଛି ପ୍ରେମିକ । ବେଙ୍ଗାଲୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ମହିଳା ଜଣକ ବିପଦମୁକ୍ତ ଥିବା ପୁଲିସ କହିଛି।
ଏସିଡ ମାଡ଼ରେ ଶିକାର ହୋଇଥିବା ୩୨ ବର୍ଷୀୟ ମହିଳାଙ୍କର ୩ଟି ଛୁଆ ଅଛନ୍ତି। ହେଲେ ସ୍ୱାମୀଙ୍କ ସହ ମନୋମାଳିନ୍ୟ ଘଟି ମହିଳା ଜଣକର ଛାଡ଼ପତ୍ର ହୋଇଛି। ତେବେ ଅଭିଯୁକ୍ତ ଅହମ୍ମଦ ଫେରାର ଥିବା ଜଣାପଡ଼ିଛି। ପୁଲିସ କହିଛି ଯେ, ଉଭୟ ପରସ୍ପରକୁ ଜାଣିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରାୟ ୩ ବର୍ଷ ଧରି ସମ୍ପର୍କ ଥିଲା। ଉଭୟେ ଗୋଟିଏ କମ୍ପାନୀରେ ସାଥି ହୋଇ କାମ କରନ୍ତି। ମହିଳାକୁ ଅହମ୍ମଦ ଗତ କିଛି ସପ୍ତାହ ଧରି ତାଙ୍କୁ ବିବାହ କରିବାକୁ ଜିଦ ଧରିଥିଲେ। ଏଥିପାଇଁ ସେ ତାଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ ମଧ୍ୟ କରି ଆସୁଥିଲେ। ଏଥିରେ ମହିଳା ଜଣକ ରାଜି ନହେବାରୁ ଯୁବକ ଜଣକ ଉତକ୍ଷିପ୍ତ ହୋଇପଡ଼ିଥିଲେ। ପ୍ରେମରେ ବିଫଳ ହେବା ପରେ ଆଜି ତାଙ୍କୁ ଏସିଡ୍ ମାଡ଼ କରିଥିଲେ।
ମହିଳାଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ଆଂଶିକ ରିକଭରି ହୋଇଥିବା ଜଣାପଡ଼ିଛି।
Powered by Froala Editor