ପଶୁ ମାନଙ୍କ ପାଇଁ ଆସିଲା କୋଭିଡ ଟିକା ‘ଆନକୋଭାକ୍ସ’
ଏଣିକି ପଶୁମାନଙ୍କୁ ବି ଦିଆଯିବ କୋଭିଡ ଟିକା । ଗତ ଗୁରୁବାର ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଦେଶର ପ୍ରଥମ କୋଭିଡ୍ ଟିକା ଆନକୋଭାକ୍ସକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲଞ୍ଚ୍ କରିଛନ୍ତି । ଏହି ଟିକା ପଶୁମାନଙ୍କୁ ଆକ୍ରାନ୍ତ କରୁଥିବା ଉଭୟ ଡେଲଟା ଓ ଓମିକ୍ରନ ଭାରିଆଣ୍ଟକୁ ଲୋପ କରିବାକୁ ସକ୍ଷମ । ଏହା କୁକୁର, ସିଂହ, ଚିତା, ଠେକୁଆ, ମୂଷା ଆଦି ପଶୁମାନଙ୍କ ପାଇଁ ସୁରକ୍ଷିତ ବୋଲି ଆଇସିଏଆର ପକ୍ଷରୁ କୁହାଯାଇଛି । ଏହି ଟିକାକୁ ହରିୟାଣାସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଅଧିନସ୍ଥ ଜାତୀୟ ଅଶ୍ବ ଗବେଷଣା କେନ୍ଦ୍ର ପକ୍ଷରୁ ବିକଶିତ କରାଯାଇଛି । ଓଡ଼ିଆ କୃଷି ବୈଜ୍ଞାନିକ ତ୍ରିଲୋଚନ ମହାପାତ୍ର ଏହାର ମହାନିର୍ଦ୍ଦେଶକ ଅଛନ୍ତି ।
ଅନ୍ୟପକ୍ଷରେ କୁକୁରମାନଙ୍କ ଆଣ୍ଟିବଡ଼ି ପରୀକ୍ଷା କରିବା ପାଇଁ ସୁରା ଏଲିସା କିଟ୍ ନାମକ ଏକ ଟେଷ୍ଟିଂ କିଟ ପ୍ରସ୍ତୁତ କରାଯାଇଛି । ସମଗ୍ର ବିଶ୍ବର ପ୍ରଥମ ଥର ପାଇଁ ଏପରି ଏକ ଟେଷ୍ଟି କିଟ୍ ପ୍ରସ୍ତୁତ କରାଯାଇଛି । ଏହାକୁ ଅନ୍ୟ କେତେକ ଗୃହପାଳିତ ପଶୁଙ୍କ ଶରୀରରେ ବ୍ୟବହାର କରାଯାଇପାରିବ ।
Powered by Froala Editor