ଘରୋଇ ଛାତ୍ରାବାସରେ କରୋନା ବିସ୍ଫୋରଣ
କଟକ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ଏବେ ସମସ୍ତେ ଚିନ୍ତିତ । ଏହା ଭିତରେ ଆଜି ରାଜ୍ୟରେ ଚମକାଇ ଦେବା ଭଳି ଖବର ଆସିଛି । କଟକର ଏକ ଘରୋଇ ଛାତ୍ରାବାସରେ କରୋନା ବିସ୍ଫୋରଣ ହୋଇଛି । ବାଲିକୁଦାରେ ଥିବା ସମ୍ପୃକ୍ତ ଛାତ୍ରାବାସରୁ ୧୩ ବିଦ୍ୟାର୍ଥୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଯାହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି ।
ଛାତ୍ରାବାସର କିଛି ପିଲାଙ୍କ ଜ୍ୱର ହୋଇଥିଲା । କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ମୋଟ ୫୭ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା । ଏଥିରୁ ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସମସ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି । ସ୍ୱାସ୍ଥ୍ୟ ବିଭାଗ ଓ କଟକ ମହାନଗର ନିଗମର ହେଲ୍ଥ ଟିମ୍ ପହଞ୍ଚି ତଦାରଖ ଆରମ୍ଭ କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀଙ୍କ ପୁଣି ଥରେ ଆର୍ଟିପିସିଆର୍ ପରୀକ୍ଷା ପାଇଁ ସ୍ୱାବ୍ ସଂଗ୍ରହ କରାଯାଇଛି ।
Powered by Froala Editor