ଇସ୍ତଫା ଦେଲେ ସବୁ ମନ୍ତ୍ରୀ
ଭୁବନେଶ୍ୱର : ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତି ନେଇଛନ୍ତି । ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ମନ୍ତ୍ରୀମାନେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରୀମଣ୍ଡଳର ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ୧୧ଟା ୪୫ରେ ରାଜଭବନର କନଭେସନ ହଲରେ ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିବେ ।
ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାର ଝଲକ ଦେଖିବାକୁ ମିଳିଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ସେ ଉପବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି ବୋଲି ଜାଣିବାକୁ ମିଳିଛି । ସମ୍ଭବତଃ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର ଥିବାରୁ ସୂର୍ଯ୍ୟ ପାତ୍ର ଇସ୍ତଫା ଦେଇଛନ୍ତି ।
ଅପରପକ୍ଷରେ କେତେକ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ମଧ୍ୟ ଫୋନ ଯାଇଥିବା ଜଣାପଡ଼ିଛି । ଏହି ଖବର ଏବେ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ହେଉଛି । ଖୁବଶୀଘ୍ର କେତେକ ମନ୍ତ୍ରୀ ମଧ୍ୟ ଆଜି ଇସ୍ତଫା ଦେବେ ।
ତେବେ ବାଚସ୍ପତି କାହିଁକି ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ସେ ଶାରୀରିକ ଭାବେ ଅସୁସ୍ଥ ଥିଲେ । ତେବେ ଅସୁସ୍ଥତା ପାଇଁ ନା ଉପରୁ ନିଦେ୍ର୍ଧଶ ପାଇ ଏଭଳି ନିଷ୍ପତି ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ନିକଟରେ ବାଚସ୍ପତିଙ୍କର ଆଖି ଅପରେସନ ହୋଇଥିଲା ।
Powered by Froala Editor