ଯୁବକଙ୍କୁ ବିଭତ୍ସ ହତ୍ୟା
ବାଲେଶ୍ୱର: ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଚାନ୍ଦିପୁର ରୋଡ଼ରେ ଘଟିଛି ବିଭତ୍ସ ହତ୍ୟା ।ଏକାଧିକ ଦୁର୍ବୃତ୍ତ ସ୍ଥାନୀୟ ସୁନହଟ ଅଞ୍ଚଳର ସତ୍ୟ ଶିବ ଦାସ ନାମକ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ସତ୍ୟଶିଵ ନିଜର ଚାନ୍ଦିପୁର ମାଛ ଫାର୍ମ ରୁ ଫେରୁଥିବା ବେଳେ ଦୁର୍ବୃତ୍ତ ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ବେଳେ ସ୍ଥାନୀୟ ଲୋକ ଖବର ପାଇ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସେପଟେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପାହଁଚି ପ୍ରମାଣ ଏକଜୁଟ କରିଛି ।
Powered by Froala Editor