ଜାଲ୍ ସାର୍ଟିଫିକେଟ ଦେଇ କରୁଥିଲେ ଚାକିରି, ବିଦା ହେଲେ ସ୍ୱାମୀ ଓ ସ୍ତ୍ରୀ
ବାରିପଦା: ଚାକିରିରୁ ଏକକାଳୀନ ବିଦା ହୋଇଛନ୍ତି ସ୍ୱାମୀ ଓ ସ୍ତ୍ରୀ ।ଜାଲ୍ ସାର୍ଟିଫିକେଟ ଦେଇ ଉଭୟ ସରକାରୀ ସ୍କୁଲରେ ଚାକିରି କରୁଥିଲେ । ସୂଚନାଧିକାରୀ ମିଳିଥିବା ତଥ୍ୟରେ ଏହା ପର୍ଦ୍ଦାଫାସ୍ ହେବା ପରେ ଉଭୟଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।
ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ମଝିଗଡିଆ ଉଚ୍ଚ ବିଦ୍ୟାଳୟରେ । ଉକ୍ତ ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ ଚାକିରି କରିଥିବା ଯଯାତି ବାରିକଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଚାକିରିରୁ ବହିଷ୍କୃତ କରିଥିବାବେଳେ ତାଙ୍କ ପତ୍ନୀ ସସ୍ମିତା ସାହୁଙ୍କୁ ନିଲମ୍ବନ କରିଛନ୍ତି । ଏଥିସହ ଦରମା ଆକାରରେ ନେଇଥିବା ୧୬ ଲକ୍ଷ ୯୯ ହଜାର ୯୩ ଟଙ୍କା ଗୋଟିଏ ମାସ ଭିତରେ ଫେରାଇବାକୁ ଶିକ୍ଷକଙ୍କୁ ନୋଟିସ୍ ହୋଇଛି । ଏଥିରେ ବ୍ୟତିକ୍ରମ ହେଲେ ତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ ଦଣ୍ଡ ବିଧାନ ପାଇଁ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀଙ୍କ ଆଦେଶ ପତ୍ରରେ ଉଲ୍ଲେଖ ରହିଛି ।
Powered by Froala Editor