ସୁପ୍ରିମକୋର୍ଟଙ୍କ ରାୟ ପରେ ଏହ। କହିଲେ ପିନାକୀ ମିଶ୍ର
ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବିରୋଧୀଙ୍କୁ ସୁପ୍ରିମ ଝଟକା । ସୁପ୍ରିମକୋର୍ଟରେ ଆଗତ ହୋଇଥିବା ଦୁଇଟି ପିଟିସନ ଖାରଜ । ସୁପ୍ରିମକୋର୍ଟରେ ଦୁଇଟି ପିଟିସନ ଖାରଜ ହୋଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟର ବିଜୟ ହୋଇଛି । ସମ୍ମାନନୀୟ ସୁପ୍ରିମକୋର୍ଟଙ୍କ ଜରିଆରେ ଶ୍ରୀଜଗନ୍ନାଥଙ୍କ ଇଚ୍ଛାର ପ୍ରକଟ ହୋଇଛି ବୋଲି ପିନାକୀ ମିଶ୍ର କହିଛନ୍ତି ।
ପୁରୀକୁ ଏକ ବିଶ୍ବସ୍ତରୀୟ ଐତିହ୍ୟ ସ୍ଥଳରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମର ଯଥାର୍ଥତା ପ୍ରମାଣିତ ହୋଇଛି ବୋଲି କହିଛନ୍ତି ପୁରୀ ସାଂସଦ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜନୀତିରୁ ଉପରେ । ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ସବୁ ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଥିଲା । ଏହି ପବିତ୍ର ଉଦ୍ୟମରେ ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ରାଜନୀତି ନ କରିବାକୁ ଅପିଲ କରିଛନ୍ତି ପିନାକୀ ମିଶ୍ର ।
ସୁପ୍ରିମକୋର୍ଟ ଉଭୟ ଆବେଦନକାରୀଙ୍କ ମାମଲାକୁ କୋର୍ଟ ରଦ୍ଧ କରିଦେଇଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କାମ ଚାଲିଥିବାରୁ କୋର୍ଟ ମାମଲାକୁ ରଦ୍ଧ କରିଦେଇଛନ୍ତି । କେବଳ ସେତିକି ନୁହେଁ ମାମଲା ରଦ୍ଧ କରିବା ସହ ଉଭୟ ପିଟିସନରଙ୍କ ଉପରେ ଜୋରିମାନା କରିଛନ୍ତି । ଉଭୟଙ୍କ ଉପରେ ୧ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି କୋର୍ଟ । କୋର୍ଟଙ୍କ ବହୁମୂଲ୍ୟ ସମୟ ଅଯଥା ନଷ୍ଟ କରିଥିବାରୁ କୋର୍ଟ ଏହି ଜୋରିମାନା କରିଛନ୍ତି ।
Powered by Froala Editor