ସରିଲା ରାଉଣ୍ଡ-୧୩ ଭୋଟଗଣତି, ବିଜେଡିର ଅଳକା ମହାନ୍ତି ଆଗୁଆ
ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ୧୩ ରାଉଣ୍ଡ ଗଣତି ଶେଷ ହୋଇଛି । ୧୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଅଳକା ମହାନ୍ତି ଆଗୁଆ ଅଛନ୍ତି । ସେ ୪୫,୨୭୯ ଭୋଟରେ ଆଗୁଆ ଅଛନ୍ତି । ଫଳରେ ବିଜେଡି ଧୀରେ ଧୀରେ ବିଜୟ ମୁହାଁ ହୋଇଥିବା କୁହାଯାଉଛି ।
ବର୍ତ୍ତମାନ ସୁଦ୍ଧା ବିଜେଡିକୁ ୬୨,୯୧୯ ଭୋଟ ମିଳିଥିବାବେଳେ ବିଜେପିକୁ ୧୪,୪୭୬ ଓ କଂଗ୍ରେସ ଖାତାକୁ ୧୭୬୪୦ ଭୋଟ ଯାଇଛି ।
ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟଠାରେ ଭୋଟ୍ ଗଣତି ଜାରି ରହିଛି । ଭୋଟ୍ ଗଣନା ପାଇଁ ଗୋଟିଏ ରାଉଣ୍ଡରେ ସମୁଦାୟ ୧୪ଟି ଟେବୁଲ ରହିଛି । ବ୍ରଜରାଜନଗର ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି । ବ୍ରଜରାଜନଗର ଉପନିର୍ବାଚନ ଫଳ ପ୍ରକାଶ ପାଇବାକୁ ଥିବାରୁ ସବୁ ମହଲରେ ଉତ୍କଣ୍ଠା ଲାଗି ରହିଛି ।
Powered by Froala Editor