ସରିଲା ରାଉଣ୍ଡ-୧୧ ଭୋଟଗଣତି: ବିଜେଡି ଆଗୁଆ
ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି ।ଗୋଟିଏ ପରେ ଗୋଟିଏ ଟ୍ରେଣ୍ଡ ଏବେ ସାମ୍ନାକୁ ଆସିବାରେ ଲାଗିଛି । ତେବେ ବର୍ତ୍ତମାନ ସୁଦ୍ଧା ୧୧ ରାଉଣ୍ଡ ଗଣତି ଶେଷ ହୋଇଛି । ୧୧ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଅଳକା ମହାନ୍ତି ଆଗୁଆ ଅଛନ୍ତି । ସେ ୩୮,୨୮୯ ଭୋଟରେ ଆଗୁଆ ଅଛନ୍ତି ।
ଫଳରେ ବର୍ତ୍ତମାନ ସୁଦ୍ଧା ବିଜେଡିକୁ ୫୨,୬୦୯ ଭୋଟ ମିଳିଥିବାବେଳେ ବିଜେପିକୁ ୧୨,୫୮୫ ଓ କଂଗ୍ରେସ ଖାତାକୁ ୧୪୩୨୦ ଭୋଟ ଯାଇଛି ।
୧୪ଟି ଟେବୁଲରେ ଭୋଟ ଗଣତି ହେଉଛି । ୨୭୯ ବୁଥର ଭୋଟ୍ ୨୦ ରାଉଣ୍ଡରେ କାଉଣ୍ଟିଂ ହେଉଛି । ପ୍ରତି ଟେବୁଲରେ ଅଛନ୍ତି ୪ ଜଣ କାଉଣ୍ଟିଂ ଅଫିସର । ପ୍ରତି ରାଉଣ୍ଡର ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ ।
Powered by Froala Editor