ସରିଲା ଷଷ୍ଠ ରାଉଣ୍ଡ ଗଣତି: କାହାକୁ କେତେ ଭୋଟ ଜାଣନ୍ତୁ
ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ଗୋଟିଏ ପରେ ଗୋଟିଏ ଟ୍ରେଣ୍ଡ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଏପର୍ୟ୍ୟନ୍ତ ୬ଟି ରାଉଣ୍ଡର ଫଳାଫଳ ଆସିଛି । ଷଷ୍ଠ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗରେ ଅଛନ୍ତି । ଷଷ୍ଠ ରାଉଣ୍ଡରେ ବିଜେଡିକୁ ୫ ହଜାର ୧୫୫ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସକୁ ୧ ହଜାର ୭୭୮ ଖଣ୍ଡ ଭୋଟ ଓ ବିଜେପିକୁ ୧୦୦୨ ଖଣ୍ଡ ଭୋଟ ପାଇଛି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୨୯ ହଜାର ୮୮୮ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୭ ହଜାର ୬୩୬ ଓ କଂଗ୍ରେସ ପ୍ରାର୍ଥୀ ୬ ହଜାର ୮୮ ଖଣ୍ଡ ଭୋଟ ପାଇଛନ୍ତି । ୧୪ଟି ଟେବୁଲରେ ଭୋଟ ଗଣତି ହେଉଛି । ୨୭୯ ବୁଥର ଭୋଟ୍ ୨୦ ରାଉଣ୍ଡରେ କାଉଣ୍ଟିଂ ହେଉଛି ।
ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୧ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ମତଦାନ ହାର ଅପେକ୍ଷାକୃତ କମ ଥିବାରୁ ତ୍ରିକୋଣୀୟ ମୁକାବିଲାରେ ବିଜୟ ବ୍ୟବଧାନ ନେଇ ଚର୍ଚ୍ଚା ଚାଲିଛି।
Powered by Froala Editor