ବିସ୍ଫୋରଣ, ୩ ଯବାନ ଆହତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ସ୍ଥିତ ଶ୍ରୀନଗରର ଶୋପିଆନରେ ଏକ ଗାଡିରେ ବିସ୍ଫୋରଣ ଘଟିଛି । ଏକ ଘରୋଇ ଗାଡିରେ ବସ୍ଫୋରଣ ହେବା ଫଳରେ ୩ ଜଣ ସେନା ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୋପିଆନ ଜିଲ୍ଲା ସିଡୋ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ଯେଉଁ ଗାଡିରେ ଧମାକା ହୋଇଛି ତାକୁ ଭାରତୀୟ ସେନାର କିଛି ଯବାନ ଭଡାରେ ନେଇଥିଲେ । ତେବେ କେଉଁ କାରଣ ପାଇଁ ବିସ୍ଫୋରଣ ଘଟିଲା ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଗାଡି ଭିତରେ ପୂର୍ବରୁ ହିଁ ଆଇଡି ରଖା ଯାଇଥାଇପାରେ ବୋଲି ସନ୍ଦେହ କରୁଛି ସୁରକ୍ଷା ଏଜେନ୍ସି । ଅନ୍ୟପଟେ ଗ୍ରେନେଡ୍ ମାଡ ହୋଇଥିବା ସନ୍ଦେହକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଏହା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୋଲି ସନ୍ଦେହ କରାଯାଉଛି । ବିସ୍ଫୋରଣ ଘଟଣାକୁ ନେଇ ଜାମ୍ମୁ କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ‘କେଉଁ କାରଣରୁ ବିସ୍ଫୋରଣ ଘଟିଲା ସେ ନେଇ ଖୋଳତାଡ ଜାରିରହିଛି । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବଦ।
Powered by Froala Editor