ଜଣାଶୁଣା ଅଭିନେତା ବିରାଜ ଦାସଙ୍କ ପରଲୋକ
୬୩ ବର୍ଷ ବୟସରେ ଓଡ଼ିଆ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ବିରାଜ ଦାସ ପରପାରିକୁ ଚାଲି ଯାଇଛନ୍ତି। ସେ ଦୀର୍ଘଦିନ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏ ସମ୍ପର୍କରେ ବିରାଜଙ୍କ ସାନ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି । ତାଙ୍କ ଦେହାନ୍ତ ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।
ବିରାଜ ଦାସ ଅନେକ ଓଡ଼ିଆ ଫିଲ୍ମ ସହ ସିରିଏଲରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବଗୁଲା ବଗୁଲି ଫିଲ୍ମରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୫ରେ ରିଲିଜ ହୋଇଥିବା ଭାଇ ମୋର ଜଗା, ୧୯୯୯ର ପ୍ରେମ ବନ୍ଧନ ଠାରୁ ଆରମ୍ଭ କରି ମା’ ପରି କିଏ ହେବ, ପୁଅ ଭାଙ୍ଗିଦେଲା ସୁନା ସଂସାର, ଗୋଲାମଗିରି ଭଳି ସୁପର ହିଟ୍ ସିନେମାରେ ସେ ଅଭିନୟ କରିଥିଲେ। ଏହାବାଦ ଟେଲି ସିରିୟଲ ତମସାତୀରେରେ ସେ ନିଜର ଆସିଥିଲେ।
Powered by Froala Editor