ୟାସିନ୍ ମଲିକକୁ ଆଜୀବନ କାରାଦଣ୍ଡ, ୧୦ ଲକ୍ଷ ଟଙ୍କା ଜରିମାନା

କଶ୍ମୀରିର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ‘ଏନ୍ଆଇଏ’ ପକ୍ଷରୁ ୟାସିନ ମଲିକକୁ ଫାଶୀ ଦିଆଯାଉ ବୋଲି ଅଦାଲତରେ ଆବେଦନ କରାଯାଇଥିବା ବେଳେ କୋର୍ଟ ତାକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି।
ୟାସିନଙ୍କୁ ଦୁଇଟି ମାମଲାରେ ୨ଥର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ଅନ୍ୟ ୫ଟି ମାମଲାରେ ପ୍ରତ୍ୟେକ୧୦ ବର୍ଷ ଲେଖାଁଏ ଜେଲଦଣ୍ଡ ହୋଇଛି। ସମସ୍ତ ଜେଲଦଣ୍ଡ ଏକକାଳୀନ ଲାଗୁ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକକୁ ଆଜୀବନ କାରାଦଣ୍ଡ ମିଳିବ ନା ଫାଶୀ ହେବ ସେ ନେଇ ସସ୍ପେନ୍ସ ଜାରି ରହିଥିଲା। ଯାହାର ଆଜି ଅବସାନ ଘଟିଛି। ଏହି ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଛି। ୟୁଏପିଏ ଆଇନ ଅଧୀନରେ କରାଯାଇଥିବା ସମସ୍ତ ଅଭିଯୋଗ ସତ ବୋଲି ୟାସିନ୍ ସ୍ବୀକାର କରିବା ପରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଆଜି ୟାସିନ୍ ମଲ୍ଲିକଙ୍କ ବିରୋଧରେ ଚୂଡ଼ାନ୍ତ ରାୟ ଆସିବାକୁ ଥିବାରୁ ପଟିଆଲାର ଏନଆଇଏ କୋର୍ଟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
Powered by Froala Editor