ଆମଦାନୀ ଉପରେ ସୀମା ଶୁଳକ ଓ ସେସ ଛାଡ଼ : କମିବ ଖାଇବା ତେଲ ଦାମ୍
କିଛି ମାସ ପରେ ବର୍ତ୍ତମାନ ସୋରିଷ ତେଲ, ବାଦାମ, ସୋୟାବିନ୍ ଏବଂ ପାମୋଲିନ୍ ସହିତ ସମସ୍ତ ପ୍ରକାର ଖାଇବା ତୈଳ ଦରରେ ହ୍ରାସ ଘଟିଛି। ଦେଶରେ ଖାଇବା ତେଲର ଉପଲବ୍ଧତା ବଢାଇବାକୁ ଓ ଦର ହ୍ରାସ କରିବାକୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ବର୍ଷକୁ ୨୦ ଲକ୍ଷ ଟନ ପର୍ଯ୍ୟନ୍ତ ସୋୟାବିନ ଓ ସୂର୍ଯ୍ୟମୁଖୀ ତୈଳ ଆମଦାନୀ ଉପରେ ସୀମା ଶୁଳକ ଓ କୃଷି ଭିତ୍ତିଭୂମି ସେସ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଶୁଳ୍କମୁକ୍ତ ସୋୟାବିନ ଓ ସୂର୍ଯ୍ୟମୁଖୀ ତୈଳ ଆମଦାନୀ ୨୦୨୨-୨୩ ଓ ୨୦୨୩-୨୪ବର୍ଷ ପାଇଁ ଲାଗୁ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶରେ ଖାଇବା ତେଲ ଦର କମିବା ସହ ତାହା ମୁଦ୍ରାସ୍ପୀତି ନିୟନ୍ତ୍ରଣ କ୍ଷେତ୍ରରେ ସହାୟକ ହେବ ।
ବିଦେଶୀ ବଜାରରେ ସୋୟାବିନ୍ ଏବଂ ପାମୋଲିନ୍ ତୈଳ ଦରରେ ପ୍ରାୟ ୧୦୦ ଡଲାର ପର୍ଯ୍ୟନ୍ତ ହ୍ରାସ ଘଟିଥିବା ବେଳେ ସୂର୍ଯ୍ୟମୁଖୀ ତୈଳ ଦରରେ କୌଣସି ହ୍ରାସ ଘଟିନାହିଁ। ବର୍ତ୍ତମାନ ସମୟରେ ଘରୋଇ ବଜାରରେ ସୋରିଷ ତେଲ ଦରରେ ଲିଟର ପିଛା ୪୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି। ଏହି ହିସାବରେ ଜଣେ ଯଦି ମାସିକ ୧୦ ଲିଟର ସୋରିଷ ତେଲ କିଣୁଥିବେ ତାହେଲେ ତାଙ୍କର ୪୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ। ବର୍ତ୍ତମାନ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ବଡ଼ବଡ଼ ରାଜ୍ୟରେ ସୋରିଷ ତେଲ ଦର ଲିଟର ପିଛା ୧୭୦ଟଙ୍କାରୁ କମ୍ ରହିଛି।
ସୂଚନାଯୋଗ୍ୟ, ଭାରତ ଆମଦାନୀ କରୁଥିବା ପାମ୍ ତୈଳ ମଧ୍ୟରୁ ପ୍ରାୟ ୬୦% ଇଣ୍ଡୋନେସିଆଠାରୁ କ୍ରୟ କରିଥାଏ।
Powered by Froala Editor