ଧକ୍କା ଦେଲା ମାଲ୍ବାହୀ ଟ୍ରେନ୍ : ମାଇ ହାତୀ ସହ ୨ ହାତୀ ଛୁଆ ଗୁରୁତର
କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ୨୨ ଟିକିଆ ହାତୀପଲ ଟ୍ରେନ୍ ଲାଇନ୍ ପାର୍ ହେଉଥିବା ସମୟରେ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ମାଲବାହୀ ଟ୍ରେନ୍ ବାଂଶପାଣିରୁ ଜୁରୁଡ଼ି ଯାଉଥିବା ବେଳେ ହାତୀପଲଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୩ ହାତୀ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗୋଟିଏ ମାଈ ହାତୀ ଥିବା ବେଳେ ୨ଟି ଛୁଆ ହାତୀ ଅଛନ୍ତି। ୩ଟି ହାତୀ ଆହତ ହୋଇଥିବା ଘଟଣା ଜଣାପଡ଼ିବା ପରେ ବନ ବିଭାଗ ଅଧିକାରୀ ଓ ରେଳବାଇର ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଅନ୍ୟ ହାତୀମାନେ ଆହତ ହାତୀମାନଙ୍କୁ ଘେରି ରହିଛନ୍ତି। ଫଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଦୁର୍ଘଟଣା ପରେ ବେହେରା ହାଟିଂ ସମେତ କେତେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଧକ୍କା ଦେବାପରେ ଟ୍ରେନ୍ ଟି କିଛି ଦୂରରେ ଅଟକି ରହିଛି ।
Powered by Froala Editor