ଆତଙ୍କ ସୃଷ୍ଟି କଲାଣି ପୁଣି ଏକ ଭାଇରସ : ଆମେରିକାରେ ‘ମଙ୍କିପକ୍ସ’ ରୋଗୀ ଚିହ୍ନଟ

କରୋନାର କୋପ ସରିନି କି ପୁଣି ଏକ ଭାଇରସ ଆତଙ୍କ ସୃଷ୍ଟି କଲାଣି । ଆମେରିକାର ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତି ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ୟକ୍ତି ଜଣକ ‘ମଙ୍କିପକ୍ସ’ ରୋଗରେ ପୀଡ଼ିତ ହୋଇଥିବା ବେଳେ ନିକଟରେ ସେ କାନାଡ଼ା ଯାତ୍ରା କରିଥିଲେ। କାରଣ ଗତ ସପ୍ତାହରେ ଇୟୋରୋପ୍ର ଏକାଧିକ ‘ମଙ୍କିପକ୍ସ’ କେସ୍ ସାମ୍ନାକୁ ଆସିଛି। ଆମେରିକାର ରୋଗ ନିୟନ୍ତ୍ରକ ସେଣ୍ଡର ପକ୍ଷରୁ ଏହି ବିରଳ ରୋଗକୁ ଗୁରୁତର ଭାବେ ଗ୍ରହଣ କରାଯାଇଛି। ଏହି ରୋଗ ଯେପରି ଅନ୍ୟମାନଙ୍କୁ ନ ବ୍ୟାପେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।
ତେବେ ଆମେରିକାର ଚିହ୍ନଟ ହୋଇଥିବା ରୋଗୀ ହିପିଟଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଭଲ ଅଛି। କିନ୍ତୁ ଏହି ରୋଗ କୋଭିଡ୍ ଭଳି ମାରାତ୍ମକ ନୁହଁ ବୋଲି ଆମେରିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ମଙ୍କିପକ୍ସ ଏକ ଭୂତାଣୁ ଜନିତ ରୋଗ। ଯାହା ମୁଖ୍ୟତଃ କେନ୍ଦ୍ରୀୟ ଏବଂ ପଶ୍ଚିମ ଆଫ୍ରିକାର ଟ୍ରପିକାଲ ରେନ ଫରେଷ୍ଟ ଅଞ୍ଚଳରେ ଦେଖାଯାଏ। କିନ୍ତୁ ବିଭିନ୍ନ ସ୍ଥାନରୁ ମକ୍କିପକ୍ସର ମାମଲା ମଧ୍ୟ ଆସୁଛି। ଏହି ଭୂତାଣୁ ବର୍ତ୍ତମାନ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି।
ମଙ୍କିପକ୍ସର ଲକ୍ଷଣ:
ଜୀବନ୍ତ କିମ୍ବା ମୃତ ବନ୍ୟଜନ୍ତୁଙ୍କ ମାଂସ ଖାଇଲେ ମୁଖ୍ୟତଃ ମଙ୍କିପକ୍ସ ରୋଗ ବ୍ୟାପିଥାଏ।ମଙ୍କିପକ୍ସ ସାଧାରଣତଃ ସ୍ବାଇନ୍ ଫ୍ଲୁ ଭଳି ରୋଗରୁ ଆରମ୍ଭ ହୁଏ। ଏହା ଦ୍ୱାରା ଲସିକା ଗ୍ରନ୍ଥି ଫୁଲିଯାଏ। ମୁହଁ ଏବଂ ଶରୀରରେ ଘା' ହୋଇଯାଏ। ଅଧିକାଂଶ ସଂକ୍ରମଣ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ସାଧାରଣତଃ ଏହି ରୋଗରେ ଜ୍ୱର, ଦାଗ ଏବଂ ଫୁଲିଯାଇଥିବା ଲସିକା ଗ୍ରନ୍ଥି ଭଳି ଲକ୍ଷଣ ଦେଖାଯାଏ।
Powered by Froala Editor