ପୁଣିଥରେ ବଢ଼ିଲା ଗ୍ୟାସ ସିଲିଣ୍ଡର ଦର
ନୂଆଦିଲ୍ଲୀ: ପୁଣିଥରେ ବଢ଼ିଲା ଘରୋଇ ସିଲିଣ୍ଡର ଦର। ପୁଣି ଥରେ ଘରୋଇ ସିଲିଣ୍ଡର ଉପରେ ଦର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।
ଘରୋଇ ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିବା ବେଳେ କମର୍ସିଆଲ ସିଲିଣ୍ଡର ପିଛା ୮ ଟଙ୍କା ବୃଦ୍ଧି ହୋଇଛି। ୧୨ ଦିନର ବ୍ୟବଧାନ ପରେ ପୁଣି ଥରେ ବଢ଼ିଛି ଗ୍ୟାସ ସିଲିଣ୍ଡର ଦର।
ମେ’ ୭ତାରିଖରେ ଘରୋଇ ଗ୍ୟାସ ଦର ଏକା ଥରେ ୫୦ଟଙ୍କା ବୃଦ୍ଧି କରାଯାଇଥିଲା । ଯାହାଫଳରେ ଗ୍ୟାସ୍ ଦର ୧୦୦୦ଟଙ୍କା ଟପିଥିଲା । ଆଜି ଦିଲ୍ଲୀରେ ୧୪.୨ ଗ୍ୟାସ ସିଲିଣ୍ଡରର ଦାମ୍ ୧,୦୦୩ଟଙ୍କା ରହିଛି । ସେହିପରି କୋଲକାତାରେ ୧,୦୨୯ଟଙ୍କା, ମୁମ୍ବାଇରେ ୧,୦୧୮ଟଙ୍କା ୫୦ ପଇସା ରହିଛି । ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ଏଲପିଜି ଦର ୧,୦୨୯ଟଙ୍କାରେ ପହଞ୍ଚିଛି ।
Powered by Froala Editor