ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ : ୨୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ପିଲାର ନମ୍ୱର ୫୪୫ ସ୍ଥିତ ଏକ ବିଲ୍ଡିଂରେ ଶୁକ୍ରବାର ଲାଗିଥିବା ଭୀଷଣ ନିଆଁରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି । ଆଉ କିଛି ଲୋକଙ୍କ ମୃତଦେହ ଏବେ ବି ବିଲ୍ଡିଂ ଭିତରେ ରହିଥିବା ଅନୁମାନ କରାଯାଉଛି ।
ପୁଲିସ କହିବା ଅନୁସାରେ, କମ୍ପାନିର ମାଲିକ ହରିଶ ଗୋଏଲ୍ ଏବଂ ତାଙ୍କ ଭାଇ ବରୁଣ ଗୋଏଲଙ୍କୁ ଗିରଫ କରାଯାଇଛି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଉଭୟଙ୍କ ବାପା ଅମରନାଥ ଗୋଏଲ୍ ଅଛନ୍ତି। ଅଗ୍ନିଶମ ବିଭାଗରୁ ‘ସେଫ୍ଟି କ୍ଲିୟରାନ୍ସ୍’ ପାଇ ନ ଥିବା ଉକ୍ତ ଅଟ୍ଟାଳିକାର ମାଲିକ ମନୀଷ ଲାକ୍ରା ଫେରାର୍ ହୋଇ ଯାଇଛନ୍ତି।
ଅଗ୍ନିଶମ ବିଭାଗର ତଥ୍ୟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ଟି ମୃତଦେହ ମିଳିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଆଁ ଝାସରେ ୧୨ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । କିଛି ଲୋକ ଏବେବି ଭିତରେ ଫସି ରହିଥିବା ବିଭାଗ କହିଛି । ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି।
Powered by Froala Editor