ବାତ୍ୟା ଭୟ, ଗଂଜାମରେ ସମୁଦ୍ରକୂଳ ମନା
ଭୁବନେଶ୍ୱର: ଭୀଷଣ ବାତ୍ୟା ‘ ଅସାନି’ ଉପକୂଳ ନିକଟତର ହେଉଛି । ‘ଅସାନି’ ପ୍ରଭାବରେ କିଛି କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି । ‘ଅସାନି’ ପ୍ରଭାବରେ ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । କିଛି ଜିଲ୍ଲାରେ ଘଣ୍ଟାପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି । ଆଜି ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ କରାଯାଇଛି । ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୫୧୦ କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ।
ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ପ୍ରାୟ ୫୯୦ କିଲୋମିଟର ଦୂରରେ ରହିଛି ଅସାନି । ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ସେହିପରି ଏହା ଗୋପାଳପୁରଠାରୁ ଦକ୍ଷିଣ, ଦକ୍ଷିଣ-ପଶ୍ଚିମରେ ୫୧୦ କିଲୋମିଟରେ ଦୂରରେ ରହିଛି । ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ବାତ୍ୟା ଅସାନି ପାଇଁ ଗଞ୍ଜାମରେ ସମୁଦ୍ର କୂଳ ଯିବା ବାରଣ କରାଯାଇଛି । ଗୋପାଳପୁର ସମେତ ଅନ୍ୟ ସମୁଦ୍ର ଉପକୂଳ ଯିବାକୁ ଜିଲ୍ଲାପାଳ ବାରଣ କରିଛନ୍ତି । ଆଜି ଓ ଆସନ୍ତାକାଲି ସମୁଦ୍ର ଉପକୂଳକୁ ନ ଯିବାକୁ ନିଦେ୍ର୍ଧଶ ଦିଆଯାଇଛି ।
Powered by Froala Editor