ଏଥର ଦେଶରେ ହେବ ଡିଜିଟାଲ ଜନଗଣନା
କେନ୍ଦ୍ରୀୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜନଗଣନା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଏଥର ଦେଶରେ ଡିଜିଟାଲ ଜନ ଗଣନା କରାଯିବ। ଏହା ସଠୀକ ହେବା ସହିତ ଆମ ଦେଶକୁ ଆଗାମୀ ୨୫ ପର୍ଯ୍ୟନ୍ତ ଦେଶର ବିକାସ ପାଇଁ ମୂଳଭିତ୍ତି ଯୋଗାଇବ।
ଜନଗଣନା ଅପରେସନ୍ସର ଆସାମ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ଭବନକୁ ଉଦଘାଟନ କରିବା ପାଇଁ ଗୌହାଟିର ଆମିଗାଓଁରେ ପହଞ୍ଚିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଶର ବିକାଶରେ ଉନ୍ନତ ଯୋଜନା ପାଇଁ ଉପଯୁକ୍ତ ଜନଗଣନା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି “ଆଗାମୀ ଜନନଗଣନା ଇଲୋକ୍ଟ୍ରୋନିକ ମୋଡ଼ରେ ହେବ । ଏହାଦ୍ୱାରା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶରେ ବିକାସର ଆଧାରରେ ଯୋଜାନା ପ୍ରସ୍ତୁତ କରାହେବ”। ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ, ଜନ୍ମ ପରେ ସବିଶେଷ ତଥ୍ୟ ଜନଗଣନା ରେଜିଷ୍ଟରରେ ଯୋଡାଯିବ । ଏହା ସହ ୧୮ ବର୍ଷ ବୟସ ପରେ ଏହି ନାଁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ ଏବଂ ମୃତ୍ୟୁ ପରେ ନାଁ ଆପେ ଆପେ କଟିଯିବ। ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଇ-ମୋଡରେ ଜନଗଣନା କରାଗଲେ ନାଁ/ ଠିକଣା ବଦଳାଇବା ସହଜ ହେବ।
ସେ କହିଛନ୍ତି ଜନଗଣନା ଅନେକ କାରଣରୁ ଗୁରୁତ୍ୱ ବହନ କରିଥାଏ। ଆସାମ ଭଳି ରାଜ୍ୟରେ ଜନସଂଖ୍ୟା ଦୃଷ୍ଟିରୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ । କୋଭିଡ-୧୯ ମହାମାରୀ ପାଇଁ ଜନ ଗଣନା ପ୍ରକ୍ରିୟାରେ ଡେରି ହୋଇଛି।
Powered by Froala Editor