ବିନା ବିଜୁଳିରେ ଚାଲିବ ୱାସିଂ ମେସିନ, ଜାଣନ୍ତୁ କେମିତି ?
ବର୍ତ୍ତମାନର ଯୁଗରେ ନିତିଦିନର ଆବଶ୍ୟକତାକୁ ପୂରଣ କରିବା ପାଇଁ ନୂଆ ନୂଆ ଉପଯୋଗୀ ଜିନିଷର ଆବିଷ୍କାର ହେବାରେ ଲାଗିଛି । ଉଦାହରଣ ସ୍ୱରୂପ; ଆମେ ପାଦରେ ଚାଲୁଥିବା ଏହି ଲୁଗାସଫା ଯନ୍ତ୍ରଟିକୁ ନେଇପାରିବା । ଆପଣମାନେ ଏହି ଯନ୍ତ୍ର ବିଷୟରେ ଆଗରୁ କେବେ ଶୁଣିନଥିବେ,ଏହି ଲୁଗାସଫା ଯନ୍ତ୍ର ଖୁବ୍ କମ୍ ସମୟ ମଧ୍ୟରେ ଲୁଗାକୁ ସଫା କରିବା ସହ ଏହାକୁ ଶୁଖାଇ ଦେଇଥାଏ । ଏହି ଯନ୍ତ୍ରଟିକୁ ଜାପାନର କିଛି ଇଂଜିନିୟର ଦଳ ମିଳିତ ଭାବେ ତିଆରି କରିଛନ୍ତି । ୫ ରୁ ୧୦ ମିନିଟ୍ ଭିତରେ ଲୁଗା ସଫା କରିବା ସହ ଶୁଖାଇଦେଉଥିବା ଏହି ଯନ୍ତ୍ରଟିର ନାଁ ହେଉଛି ଡ୍ରୁମି ୱାସିଙ୍ଗ୍ ମେସିନ୍ ।
ଏହାର ଆକାର ମଧ୍ୟ ବହୁତ ଛୋଟ । ଏହାକୁ ଆପଣ କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ମଧ୍ୟ ସାଙ୍ଗରେ ନେଇପାରିବେ । ସେଥିରେ କୌଣସି ପ୍ରକାରର ଅସୁବିଧା ହେବନାହିଁ । ଏହି ମେସିନରେ ଥରକୁ ୨-୩ କିଲୋ ଓଜନର ପୋଷାକପତ୍ର ସଫା କରିହେବ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଯନ୍ତ୍ରଟିକୁ ଚଲାଇବା ପାଇଁ ଆପଣଙ୍କୁ ବିଜୁଳି ଖର୍ଚ୍ଚ କରିବାକୁ ପଡ଼ିବନାହିଁ । ମେସିନ୍ର ସାଇଡରେ ଥିବା ପେଡେଲ୍କୁ ୫-୬ ଥର ମାରିଲେ ଲୁଗାସଫା ଯନ୍ତ୍ରଟି ଚାଲିବା ଆରମ୍ଭ ହୋଇଯାଏ । ଏହାକୁ ଚଲାଇବା ପାଇଁ ମଧ୍ୟ ଆପଣଙ୍କୁ ବେଶୀ କିଛି ପରିଶ୍ରମ କରିବାକୁ ମଧ୍ୟ ପଡିବ ନାହିଁ । ସହଜରେ ଏବଂ କମ୍ ସମୟରେ ଲୁଗା ସଫା ହେବା ସହିତ ଶୁଖି ମଧ୍ୟ ଯିବ । ୨-୩ ଲିଟର ପାଣି ଏହା ଭିତରେ ଢାଳିବା ପରେ କପଡା ପକାଇ ପେଡେଲ ମାରିବେ । କେଉଁଠିକୁ ଅଳ୍ପ ଦିନପାଇଁ ଯିବାର ଥିଲେ ମଧ୍ୟ ଏହାକୁ ସାଙ୍ଗରେ ନେଇଯାଇପାରିବେ । ଏହି ମେସିନ ବଜାରରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେଲାଣି । ଏହି ମେସିନଟିର ମୂଲ୍ୟ ମାତ୍ର ୫,୨୦୦ ଟଙ୍କା ରହିଛି ।
Powered by Froala Editor