ବ୍ରଜରାଜନଗର ଉପନିର୍ବାଚନ : ଲାଗୁ ହେଲା ଆଦର୍ଶ ଆଚରଣ ବିଧି
ଭୁବନେଶ୍ବର: ମେ ୩୧ରେ ବ୍ରଜରାଜନଗରରେ ହେବ ଉପନିର୍ବାଚନ। ସେଥିପାଇଁ ଝାରସୁଗୁଡା ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ନିର୍ବାଚନରେ କୋଭିଡ୍ ନିୟମ ପାଳନ ହେବ। ଉପନିର୍ବାଚନରେ ଇଭିଏମରେ ଭୋଟ ଗ୍ରହଣ ହେବ। ଏଥିସହ ଭିଭିପ୍ୟାଟ ବ୍ୟବସ୍ଥା ରହିଛି। ମେ’ ୧୧ ପର୍ୟ୍ୟନ୍ତ ଭୋଟର୍ ତାଲିକା ସଂଶୋଧନ ହୋଇପାରିବ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଏହି ବିଧାୟକ ପଦ ଖାଲି ପଡିଥିଲା। ଉପନିର୍ବାଚନ ସମ୍ପର୍କରେ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ନିର୍ବାଚନ ପାଇଁ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମେ ୧୧ ପର୍ୟ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହୋଇପାରିବ। ସେହିଦିନ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ମେ ୧୭ ରହିଛି। ମେ ୩୧ରେ ଭୋଟ ଗ୍ରହଣ ହେବ। ଜୁନ ୩ ତାରିଖରେ ଭୋଟ ଗଣତି ହେବ।
୨ଲକ୍ଷ୧୪ ହଜାର ୭୪୫ ଭୋଟର ଅଛନ୍ତି।୩୫୧୯ ହେଉଛନ୍ତି ଭିନ୍ନକ୍ଷମ ଭୋଟର।୮୦ ବର୍ଷ ରୁ ଉର୍ଦ୍ଧ୍ବ ଭୋଟର ହେଉଛନ୍ତି ୩୧୨୭ । ମୋଟ୍ ୨୭୯ ଟି ବୁଥ ରହିବ। କୋଭିଡ ସମୟରେ ୧୪୦୦ ଭୋଟର ଙ୍କ ପାଇଁ ଗୋଟିଏ ବୁଥ ଥିବା ବେଳେ ଏବେ ୧୨୫୦ ଭୋଟର ଙ୍କ ପାଇଁ ଗୋଟିଏ ବୁଥ ହେବ। ସମସ୍ତ ଇଭିଏମ ଉପଲବ୍ଧ ରହିଛି। ୬୯୯ ବାଲଟ ୟୁନିଟ,୮୬ କଣ୍ଟ୍ରୋଲ ୟୁନିଟ,୭୦୦ ଭିଭିପାଟ୍ ଉପଲବ୍ଧ ଅଛି। ସାମାଜିକ ଦୂରତା ନିୟମ ରହିବ୍ । କୋଭିଡ ପଜିଟିଭ ବାହାରିଲେ ଶେଷ ଘଣ୍ଟା ରେ ଭୋଟ ଦିଆଯିବ। ୮୦ ବର୍ଷରୂ ଉର୍ଦ୍ଧ୍ବ କିମ୍ବା ଭିନ୍ନକ୍ଷମ ଭୋଟର ଚାହିଁଲେ ଘରେ ବସିକି ଭୋଟ ଦେଇପାରିବେ। ଏଥିପାଇଁ ବିଏଲ ଓ ମାନେ ଯାଇ ସେମାନଙ୍କ ମତାମତ ଆଣିବେ।ଏଥିପାଇଁ ସ୍ବତନ୍ତ୍ର ଫର୍ମ ରହିଛି। ପୋଷ୍ଟାଲ ବାଲଟ ବ୍ୟବସ୍ଥା ରହିବ।
Powered by Froala Editor