ଜାଣନ୍ତୁ କେମିତି କରିବା ଭୋଜନ ?
ଘରେ ବୟସ୍କ ବ୍ୟକ୍ତିମାନେ ଆମକୁ ଅନେକ ଭଲ କଥା କହିଥାନ୍ତି , ଯାହାକି ଆମର ଜୀବନରେ ବହୁତ କାମରେ ଆସେ। ଅନେକ ସମୟରେ ସେ ଭୋଜନ ବିଷୟରେ ମଧ୍ୟ କହିଥାନ୍ତି କି , କେମିତି ଭାବରେ ଭୋଜନ କରିବା ଉଚିତ୍। ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେଉଁଭଳି ଭାବେ ବୟସ୍କ ବ୍ୟକ୍ତିମାନେ ଭୋଜନ କରିବାକୁ କହିଥାନ୍ତି , ଯଦି ସେହିଭଳି କରାଯାଏ ତ ଧନ ସହ ଆପଣଙ୍କର ଆୟୁଷ ମଧ୍ୟ ବଢ଼ିଥାଏ । ଆଜି ଆମେ ଆପଣଙ୍କୁ ଭୋଜନ କରିବାର ତରିକା ବିଷୟରେ କହିବୁ , ଯାହାକି ଘରର ବୟସ୍କ ବା ବୃଦ୍ଧ ବ୍ୟକ୍ତିମାନେ କହିଥାନ୍ତି ।
କେବେ ଅନ୍ନର ଅପମାନ କରନ୍ତୁ ନାହିଁ –
ଶାସ୍ତ୍ର ଅନୁଯାୟୀ, କେବେ ବି ଭୋଜନକୁ ଖରାପ କରନ୍ତୁ ନାହିଁ । ଏଥିରେ ଅନ୍ନର ଅପମାନ ହୋଇଥାଏ । ଯଦି ରୁଚିକର ହୋଇନିତ ବା ପସନ୍ଦ ଆସିନିତ ଅନ୍ନକୁ ପ୍ରଣାମ କରି କ୍ଷମା ମାଗିନିଅ । ଶାସ୍ତ୍ରରେ କୁହାଯାଇଛି ଭୋଜନ କରିବା ସମୟରେ ମଝିରେ ଉଠନ୍ତୁ ନାହିଁ । ଏହା କଲେ ଦେବୀ ଅନ୍ନପୂର୍ଣ୍ଣା ଅସନ୍ତୁଷ୍ଟ ହୁଅନ୍ତି ବୋଲି ମାନ୍ୟତା ଅଛି । ଏହି ଭୋଜନ ଦେହରେ ଲାଗେ ନାହିଁ ।
ଭୋଜନ ପୂର୍ବରୁ ପ୍ରଥମେ ଏହି କାମ କରନ୍ତୁ –
ଭୋଜନ କରିବା ପୂର୍ବରୁ ନିଜର ଗୁରୁ , ଦେବୀ –ଦେବତା ବା ନିଜର ପୂର୍ବପୁରୁଷଙ୍କୁ ଧ୍ୟାନ କରିବା ଉଚିତ୍ ଏବଂ ପ୍ରଥମ ମୁଠା ଖାଦ୍ୟ ତାଙ୍କୁ ସମର୍ପିତ କରିବା ଉଚିତ୍ । ପୁଣି ଏହି କିଛି ଖାଦ୍ୟକୁ ପଶୁ-ପକ୍ଷୀଙ୍କୁ ଖାଇବାକୁ ଦିଅ। ଯଦି ଆପଣ ଭୂଇଁ ଉପରେ ବସି ଖାଦ୍ୟ ଖାଉଛନ୍ତି ତ ପ୍ଲେଟ୍ ସବୁବେଳେ ଚୌକି ବା ଆସନ ଉପରେ ରଖନ୍ତୁ , ପୁଣି ଭୋଜନ କରନ୍ତୁ । କେବେ ଭୂଇଁରେ ପ୍ଲେଟ୍ ରଖନ୍ତୁ ନାହିଁ।
ଏପରି କଲେ ଖରାପ ପ୍ରଭାବ ପଡ଼େ –
ଖାଦ୍ୟକୁ କେବେ ଗୋଳାଇଘାଣ୍ଟି ଖାଆନ୍ତୁ ନାହିଁ । ଭୋଜନ ସବୁବେଳେ ଶାନ୍ତିରେ ଓ କୌଣସି ଶବ୍ଦ ନକରି ଖାଇବା ଉଚିତ୍। ଶବ୍ଦ କରି ଖାଇଲେ ଏହା ଖରାପ ଗୁଣ ବୋଲି ଧରାଯାଏ । ଏହାସହ ବ୍ୟକ୍ତିର ସ୍ୱାସ୍ଥ୍ୟ ଖରାପ ରହେ । ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।
ଏପରି ଖାଇଲେ ଦେବତାକୁ ଅପମାନ ହୋଇଥାଏ –
ଭୋଜନ କଲାବେଳେ ଖାଦ୍ୟକୁ ସମ୍ମାନ କରିବା ଉଚିତ୍ । କେବେ ବି ଶେଯ ଉପରେ ବସି , ହାତରେ ଥାଳି ନେଇ ,ଶୋଇ ବା ଛିଡ଼ା ହୋଇ ଖାଇବା ଉଚିତ୍ ନୁହେଁ । ଏମିତି କଲେ ଅନ୍ନ ଦେବତାଙ୍କୁ ଅପମାନ ହୋଇଥାଏ । ଭୋଜନ ସର୍ବଦା ବସିକରି ଓ ହାତଗୋଡ଼ ଧୋଇହୋଇ ଖାଇବା ଉଚିତ୍ । ଏହିପରି ଭୋଜନ କଲେ ଶୁଭ ମନେକରାଯାଏ ଏବଂ ଦେବତାଙ୍କ ଆର୍ଶିବାଦ ମିଳେ ।
ଏହି ଦିଗକୁ ମୁହଁ କରି ଖାଆନ୍ତୁ –
ବାସ୍ତୁ ଅନୁସାରେ,ପ୍ରତିଦିନ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ୍। ଏମିତି କରିବାରେ ଆପଣଙ୍କ ବୟସ ବଢ଼ିବା ସହ ଲକ୍ଷ୍ମୀ ଦେବୀଙ୍କ କୃପା ମଧ୍ୟ ମିଳିଥାଏ । କାରଣ ଉତ୍ତର ଦିଗରେ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ ।
Powered by Froala Editor