ପରୀକ୍ଷା ଦେଉଥିଲେ ପିଲା, ଖସି ପଡିଲା ଫ୍ୟାନ୍
ଆନ୍ଧ୍ରପ୍ରଦେଶ ଶ୍ରୀ ସତ୍ୟସାଇ ଜିଲ୍ଲାରେ ଥିବା ଏକ ଘରୋଇ ସ୍କୁଲରେ ଦଶମ ପରୀକ୍ଷା ଚାଲିଥିବାବେଳେ ଫ୍ୟାନ୍ ଖସି ଜଣେ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେ ପୁଣି ଥରେ ଆସି ହଲ୍ରେ ପରୀକ୍ଷା ଦେଇଛନ୍ତି। ଦୁର୍ଘଟଣାର ୨ ଦିନ ପୂର୍ବରୁ ହିଁ ସବୁ ଶ୍ରେଣୀ କକ୍ଷର ମରାମତି କାର୍ଯ୍ୟ ହୋଇଥିଲା। ପୁଣିଥରେ ସବୁ ମେଣ୍ଟେନାନ୍ସ କାମ କରାଯିବା ସହ ଯାଞ୍ଚ କାର୍ଯ୍ୟ କରାଯିବ ବୋଲି ସ୍କୁଲ ପ୍ରିନ୍ସପାଲ କହିଛନ୍ତି । ସ୍କୁଲରେ ଏପରି ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କୁ ବିରୋଧ କରିଛନ୍ତି ବିରୋଧୀ। ବିଦ୍ୟାଳୟରେ ଖରାପ ଭିତ୍ତିଭୂମି ପାଇଁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଛି ବୋଲି କହିଛନ୍ତି । କାରଣ ଏପ୍ରିଲ ୨୮ ତାରିଖରେ ମଧ୍ୟ ଏପରି ଏକ ଦୁର୍ଘଟଣା ଘଟିଥିଲା। କର୍ଣ୍ଣୁଲରେ ଥିବା ଏକ ଅପର ପ୍ରାଇମେରୀ ଉର୍ଦ୍ଦୁ ସ୍କୁଲରେ ଏକ ଶ୍ରେଣୀ କକ୍ଷରେ ଫ୍ୟାନ ଛିଡିଯିବାରୁ ଦୁଇ ଜଣ ଛାତ୍ର ଆହତ ହୋଇଥିଲେ।
Powered by Froala Editor