ଯୁକ୍ତ ଦୁଇ ଇଣ୍ଡିଆନ୍ ମ୍ୟୁଜିକ୍ ପରୀକ୍ଷା: ୨ ଘଣ୍ଟା ହେବ ପରୀକ୍ଷା
ଭୁବନେଶ୍ବର: ମେ' ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ ଦୁଇ କଳା ବିଭାଗ ଇଣ୍ଡିଆନ୍ ମ୍ୟୁଜିକ୍ ପରୀକ୍ଷା । ପରୀକ୍ଷା ସମୟରେ ତୃଟି ଦେଖା ଦେଇଥିବା ବେଳେ ୩ ଘଣ୍ଟା ବଦଳରେ ୨ ଘଣ୍ଟା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ହବ ସୁପରିଟେଣ୍ଡେଣ୍ଟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପୂର୍ବରୁ ପ୍ରକାଶିତ କାର୍ୟ୍ୟକ୍ରମ ଓ ପ୍ରଶ୍ନପତ୍ର କଭର୍ ପ୍ୟାକେଟ୍ ଉପରେ ପରୀକ୍ଷା ସମୟ ୩ ଘଣ୍ଟା ରହିଛି । ସକାଳ ୯ ଟାରୁ ମଧ୍ୟାହ୍ନ ୧୨ ଟା ବୋଲି ଉଲ୍ଲେଖ ହୋଇଛି । ମାତ୍ର ଏହି ପରୀକ୍ଷାର ସମୟ ଦୁଇ ଘଣ୍ଟା ଅର୍ଥାତ୍ ସକାଳ ୯ ଟାରୁ ୧୧ ଟା ପର୍ୟ୍ୟନ୍ତ ଅନୁଷ୍ଠିତ ହେବ ।ତେଣୁ ପରୀକ୍ଷା ପରିଚାଳନା ହବ୍ର ସୁପରଭାଇଜର୍ ଓ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଜନେସ୍ ଷ୍ଟଡିସ୍ ଆଣ୍ଡ୍ ମ୍ୟାନେଜ୍ମେଣ୍ଟ କୋର୍ଡରେ ତ୍ରୁଟି ରହିଥିବା ମଧ୍ୟ ଜଣାପଡ଼ିଛି ।
Powered by Froala Editor