ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ହକି ଖେଳାଳୀ ମୃତ

ରାଜଗାଙ୍ଗପୁର: ଏମିତି ବି ମ୍ୟୃତୁ୍ୟ ଆସେ । ମୃତୁ୍ୟ ଦେଖେନି ବୟସ ଓ ସମୟ । ଆଜି ବିଦୁ୍ୟତ ସଂସ୍ପର୍ଶର୍ରେ ଆସି ଦୁଇ ଜଣ ଯୁବକଙ୍କ ମ୍ୟତୁ୍ୟ ହୋଇଛି । ମୃତୁ୍ୟବରଣ କରିଥିବା ଦୁଇ ଜଣ ଯୁବକ ହେଉଛନ୍ତି ଅଲଣ୍ଡା ପଂଚାୟତ ଗରିଆମାଲ ଗାଁ’ର । ଗାଁ’ ପାଖ ପଡିଆରେ ହକି ଖେଳି ଫେରୁଥିବାବେଳେ ଏହି ଅଘଟଣ ଘଟିଛି । ପଡିଥିବା ପୋଲ ଉଠାଇଲା ବେଳେ ଦୁଇ ଜଣ ବିଦୁ୍ୟତ ସଂସ୍ପର୍ଶରେ ଆସିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ରାଜଗାଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଉୟଙ୍କୁ ରାଜଗାଙ୍ଗପୁର ଡାକ୍ତର ମୃତ ଘୋଷଣା କରିଥିଲେ । ମୃତୁ୍ୟବରଣ କରିଥିବା ଯୁବକଙ୍କ ମଧ୍ୟରୁ ସୂର୍ଯ୍ୟ ଲେଙ୍କାଙ୍କ ବୟସ ୧୭ବର୍ଷ ହୋଇଥିବାବେଳେ ବିରେନ୍ଦ୍ର କୁଜୁରଙ୍କ ବୟସ ୧୫ ବର୍ଷ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ରାଜଗାଙ୍ଗପୁର ଅଲଣ୍ଡା ପଂଚାୟତ ଘଡିଆମାଳ ପଡିଆରେ ସେମାନେ ସବୁଦିନ ଭଳି ଆଜି ବି ହକି ଖେଳ ପ୍ରାକ୍ଟିସ୍ କରିଥିଲେ । ଏହି ସମୟରେ ପୋଲଟି ତଳେ ପଡିଯାଇଥିବାରୁ ଦୁଇ ଜଣ ଉଠାଇବାକୁ ଯାଇଥିଲେ । ଦୁର୍ଭାଗ୍ୟବଶତଃ ପୋଲ୍ ଉପରେ ଯାଇଥିବା ୧୧କେଭି ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସିଥିଲା । ସେହି ପୋଲକୁ ଉଠାଇବାବେଳେ ବିଦୁ୍ୟତ ସଂସ୍ପର୍ସରେ ଆସି ଦୁଇ ଜଣ ସେଠାରେ ହିଁ ଟଳିପଡିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଘଟଣା ଘଟିବା ପରେ ସାରା ଗାଁ’ରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor