ଯବାନଙ୍କ ପାଖରୁ ମିଳିଲା ଜୀବନ୍ତ ଗ୍ରେନେଡ୍, ଚାଲିଛି ପଚରାଉଚରା

ଶ୍ରୀନଗର ବିମାନ ବନ୍ଦରରେ ସେନା ଯବାନଙ୍କ ବ୍ୟାଗରୁ ମିଳିଛି ଜୀବନ୍ତ ଗ୍ରିନେଡ୍ । ଏହି ଯବାନ୍ ଜଣଙ୍କ ଦକ୍ଷିଣ କାଶ୍ମୀର ପୁଲବାମା ଜିଲ୍ଲାର ଅବନ୍ତିପୁର ଅଞ୍ଚଳରେ ମୁତୟନ ଥିଲେ । ଯବାନଙ୍କ ନାଁ ବାଲାଜୀ ସମ୍ପତ ଘର ତାମିଲନାଡୁରେ । କେଉଁ କାରଣରୁ ସେ ଗ୍ରିନେଡ୍ ସାଙ୍ଗରେ ନେଉଥିଲେ ସେ ବିଷୟରେ ଜଣା ପଡି ନାହିଁ । ପୁଲିସ୍ ଏହି ଘଟଣାରେ ସମ୍ପୃକ୍ତ ଯବାନ୍ଙ୍କୁ ପଚରା ଉଚରା କରାଯାଉଛି । ତେବେ ଶ୍ରୀନଗର ବିମାନବନ୍ଦରରେ ଏହାକୁ ନେଇ ସମସ୍ତେ ଭୟଭୀତ ହୋଇଯାଇଥିଲେ ।
ସୂଚନା ମୁତାବକ, ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରି-ଏଣ୍ଟ୍ରି ଯାଞ୍ଚ ସମୟରେ ବିମାନ ସ୍କ୍ରିନିଂ କର୍ମଚାରୀମାନେ ଏହି ହ୍ୟାଣ୍ଡ ଗ୍ରେନେଡ ପାଇଥିଲେ। ତେବେ ସେ ଜୀବନ୍ତ ଗ୍ରେନେଡ଼ କାହିଁକି ନେଇ ଯାଉଥିଲେ ବୋଲି ବିମାନବନ୍ଦରରେ ମୁତୟନ ସୁରକ୍ଷାକର୍ମୀମାନେ ପଚାରିଥିଲେ । ଯବାନ ଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ତାଙ୍କୁ ଗିରଫ କରାଯାଇଛି । ଏହି ଘଟଣାକୁ ନେଇ ଯବାନଙ୍କୁ ପଚରାଉଚରା କରାଯାଉଛି।
Powered by Froala Editor