ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲା ସ୍ୱାମୀ
ଚରିତ୍ର ଉପରେ ସନ୍ଦେହ କରି ଜଣେ ସ୍ୱାମୀ ସ୍ତ୍ରୀଙ୍କୁ ଗଛରେ ବାନ୍ଧି ପିଟିଛନ୍ତି । ଏଭଳି କିଛି ଅଭାବନିୟ ଘଟଣା ସାମ୍ନାକୁ ଆସିଛି ବିହାର ରୋହତାସ ଚେନାର ଅଞ୍ଚଳର ସିଙ୍ଘପୁର ଗାଁରୁ। ପୁଲିସର ସୂଚନା ଅନୁସାରେ, ସ୍ୱାମୀ ଦୀପକ ରାମ ତାଙ୍କ ପତ୍ନୀଙ୍କର ଅନ୍ୟ ପୁରଷ ସହିତ ସମ୍ପର୍କ ଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ମାମଲାର ସମାଧାନ କରୁ ବୋଲି ଦୀପକ ଚାହୁଁଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଉଭୟଙ୍କୁ ଥାନାରେ ଡାକି ପଚରାଉଚରା କରିଥିଲା। ଦମ୍ପତିଙ୍କର ୩ ପିଲା ଥିବା ବେଳେ ସନ୍ଦେହରେ ପରିବାରରେ ଅସନ୍ତୋଷ ହେଉଥିଲା। ପୁଲିସ ଡାକି ମାମଲାର ସମାଧାନ କରିଥିଲା। ହେଲେ ଥାନାରୁ ଫେରିବା ପରେ ଦୀପକ ରାମ, ବାପା ଶିବପୂଜନା ରାମ ଓ ପରିବାର ଅନ୍ୟ ୩ ସଦସ୍ୟ ମିଶି ମହିଳାଙ୍କୁ ଘର ବାହାରେ ଥିବା ଏକ ଇଲେକ୍ଟ୍ରିକ୍ ପୋଲ୍ରେ ବାନ୍ଧି ପିଟିଥିଲେ।
ଏହି ପୂରା ଘଟଣା ସୋଶାଲ ମିଡିଆରେ ଭାଇରାଲ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ଏହି ମାମଲାରେ ପୁଲିସ ମହିଳାଙ୍କ ସ୍ୱାମୀ ଦୀପକ ରାମ, ଶ୍ୱଶୁର ଶିବପୂଜନ ରାମ ସମେତ ୫ ଜଣଙ୍କୁ ଗିରଫ କରିଛି।
Powered by Froala Editor