ସାଓମୀର ୫ ହଜାର କୋଟିରୁ ଅଧିକ ସମ୍ପତ୍ତି ସିଜ୍ କଲା ଇଡି

ଚୀନ କମ୍ପାନୀ ସାଓମୀ ଟେକ୍ନୋଲଜି ଇଣ୍ଡିଆ ଲିମିଟେଡର ୫,୫୫୧.୨୭ କୋଟି ଟଙ୍କାର ସମ୍ପତ୍ତିକୁ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବିଦେଶୀ ମୁଦ୍ରା ପରିଚାଳନା ଆକ୍ଟ ୧୯୯୯ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କେନ୍ଦ୍ରୀୟ ସଂସ୍ଥା କହିଛି । ତଦନ୍ତକାରୀ ସଂସ୍ଥା କହିଛି, ଚାଇନିଜ୍ ସ୍ମାର୍ଟଫୋନ କମ୍ପାନୀର ବ୍ୟାଙ୍କ ଖାତାରେ ଥିବା ଏହି ରାଶିକୁ ସିଜ୍ କରାଯାଇଛି।
ସୂଚନା ଅନୁଯାୟୀ, କମ୍ପାନୀ ବିଦେଶୀ ପାଣ୍ଠି ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ଯାଞ୍ଚ କରାଯାଇଥିଲା। ଫେବୃଆରୀ ମାସରୁ ଆରମ୍ଭ ହୋଇଥିବା ଏହି ଯାଞ୍ଚ ବେଳେ ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଥିଲା। ଏହି କାରଣରୁ ଆଜି ଇଡି ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ୧୯୯୯ ଅନୁସାରେ ସାଓମୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫,୫୫୧.୨୭ କୋଟି ଟଙ୍କା ଜବତ କରିଛି।
ଅନ୍ୟପଟେ ରୟଟର୍ସକୁ ପ୍ରତିକ୍ରିୟା ଦେଇ ସାଓମୀ କହିଛି, କମ୍ପାନୀ ଭାରତର ସବୁ ନିୟମକୁ ପାଳନ କରୁଛି । ଅଧିକାରୀଙ୍କ ତଦନ୍ତରେ କମ୍ପାନୀ ସମ୍ପୂର୍ଣ୍ଣ ସହଯୋଗ କରୁଛି । ତଦନ୍ତକାରୀ ଅଧିକାରୀଙ୍କୁ ଆବଶ୍ୟକୀୟ ସମସ୍ତ ସୂଚନା ପ୍ରଦାନ କରିବାରେ କମ୍ପାନୀ ସହଯୋଗ କରୁଛି।
Powered by Froala Editor