ଅପରାଜିତାଙ୍କ ପଦଯାତ୍ରାକୁ ଟମାଟୋ ମାଡ
ପୁରୀ: ସାଂସଦ ଅପରାଜିତାଙ୍କ ପଦଯାତ୍ରା ଉପରକୁ ଟମାଟୋମାଡ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଟମାଟୋ ଫିଙ୍ଗିଲେ ଯୁବକ । ଟମାଟୋ ଫିଙ୍ଗିଥିବା ସଂପୃକ୍ତ ବ୍ୟକ୍ତି ଯୁବ କଂଗ୍ରେସର କର୍ମୀ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ସାଂସଦ ଅପରାଜିତା ପୁରୀ ଗସ୍ତରେ ଯାଇଥିଲେ । ଚନ୍ଦନପୁର ନିକଟରେ ପୋଲିସ୍ ତାଙ୍କ ଗାଡିକୁ ଅଟକାଇଥିଲା । ଏହାପରେ ସେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଥିଲେ ମଧ୍ୟ ତାଙ୍କୁ ଗାଡିରେ ଯିବାକୁ ଅନୁମତି ମିଳିନଥିଲା । ପରେ ସେ ଖରାରେ ଏକ କିଲୋମିଟର ପଦଯାତ୍ରା କରିଥିଲେ । ଏହାପରେ ତାଙ୍କ ଜିଦ୍ ଆଗରେ ପ୍ରଶାସନ ହାର ମାନିଥିଲା । ତାଙ୍କୁ ପୁଣି ଗାଡିରେ ଯିବାକୁ ଅନୁମତି ମିଳିଥିଲା । ସେ ପୁରୀରେ ପହଞ୍ଚିଥିଲେ । ଏହାରି ଭିତରେ ସାଂସଦ ଅପରାଜିତା ରାଜ୍ୟସରକାରଙ୍କଠୁ ଆରମ୍ଭ କରି ପୁରୀ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ଦେଇଥିଲେ ।
ପୁରୀରେ ପହଞ୍ଚି ତାଙ୍କ କର୍ମୀଙ୍କ ସହ ସାଧାରଣ ଜନତାଙ୍କ ଭଳି ବ୍ୟାରିକେଡ ଦେଇ ସେ ମନ୍ଦିରକୁ ପ୍ରବେଶ କରିଥିଲେ । ପ୍ରବେଶ ପରେ ଅପରାଜିତା, ଓଡିଆ ଘରର ବୋହୂ ଯେପରି ମୁଣ୍ଡରେ ଲୁଗା ଦେଇ ଭୂମିଷ୍ଠ ପ୍ରଣାମ କରେ, ଅରୁଣ ସ୍ତମ୍ଭ ନିକଟରେ ଅପରାଜିତା ମୁଣ୍ଡରେ ଲୁଗା ଦେଇ ସାଷ୍ଟାଙ୍ଗ ଦଣ୍ଡବତ କରିଥଲେ । ଏହି ସମୟରେ ସେ ଅତ୍ୟନ୍ତ ଭାବବିହୋଳ ହୋଇଯାଇଥିଲେ ଓ ସତ୍ୟରେ ସର୍ବଦା ରହିବେ ବୋଲି କହିଥିଲେ ।
Powered by Froala Editor