ବିହାରରେ ଲାଗୁ ହେଲା ଲକଡାଉନ୍

ପାଟଣା: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିହାର ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସିଦ୍ଧାନ୍ତ ନିଆଯାଇଥିଲା । ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରାଯାଇଛି । ପରିସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିତୀଶ କହିଛନ୍ତି ।
ଲକଡାଉନ୍ ସମୟରେ ସମସ୍ତ ସରକାରୀ-ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ । ତେବେ ଟିକାକରଣ କେନ୍ଦ୍ର, ବ୍ୟାଙ୍କ୍ ଓ ଅନ୍ୟାନ୍ୟ ଜରୁରି ସେବା ଯୋଗାଉଥିବା ସଂସ୍ଥା ଖୋଲା ରହିବ । ବୁଲା ବେପାରୀମାନେ ସକାଳ ୭-୧୧ଟା ଯାଏ ଜିନିଷପତ୍ର ବିକ୍ରୟ କରିପାରିବେ । ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଫଳ, ପନିପରିବା, ମାଂସ, ମାଛ, କ୍ଷୀର, ପିଡିଏସ୍ ଦୋକାନ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ । ସକାଳ ୯ଟାରୁ ରାତି ୯ଟା ଯାଏ ରେସ୍ତୋରାଁରୁ ଖାଦ୍ୟ ମଗାଇ ହେବ । କିନ୍ତୁ କାମ ନଥାଇ ଘର ବାହାରେ ଚାଲି ଚାଲି ବୁଲୁଥିବାର ଧରାପଡ଼ିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Powered by Froala Editor