୨ ଗୋରୁ ମୃତ, ଭୁଲ୍ ଇଞ୍ଜେକ୍ସନ ଦେଇଥିବା ନକଲି ଡାକ୍ତରଙ୍କୁ ପୋଲିସର ପଚରାଉଚରା

ଭୁଲ୍ ଇଞ୍ଜେକ୍ସନ ଯୋଗୁଁ କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ କଲୋନୀ ସାହିରେ ୨ଟି ଗୋରୁଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ନକଲି ପଶୁ ଡାକ୍ତରଙ୍କୁ ଧରିଛନ୍ତି ଲୋକେ । ଅଭିଯୋଗ ପରେ ଏବେ ନକଲି ପଶୁଚିକିତ୍ସକକୁ ଉଠାଇ ଆଣି ପୋଲିସ୍ ପଚାରା ଉଚାରା ଚଳାଇଛି ।
ଆନନ୍ଦପୁର କଣ୍ଟିପାଳ କଲୋନୀ ସାହିର ବାଇନ ନାହକ ଗୋରୁଙ୍କ ଅସୁସ୍ଥତା ଯୋଗୁଁ ବିରକିଶୋର ଦାସଙ୍କୁ ଡକାଇଥିଲେ । ସ୍ଥାନୀୟ ଅଞ୍ଚଳରେ ସେ ଗାଁ ଗାଁ ବୁଲି ଗୋରୁ ଗାଈଙ୍କ ଚିକିତ୍ସା କରୁଥିବା ଓ ନିଜ ମୋଟର ସାଇକେଲରେ ମଧ୍ୟ ପଶୁଚିକିତ୍ସା ବିଭାଗର ସିମ୍ବଲ ଲଗାଇଥିବାରୁ ବାଇନ ତାଙ୍କ ଉପରେ ଭରଷା କରିଥିଲେ । ହେଲେ ୪ଟି ଇଞ୍ଜେକ୍ସନ ଲଗାତାର ଦେବାପରେ ଗାଈଟି ଆହୁରି ଅସୁସ୍ଥ ହୋଇ ମରିଯାଇଥିଲା । ବିରକିଶୋର ତାଙ୍କ ଠାରୁ ଏ ବାବଦରେ ୪ ହଜାର ଟଙ୍କା ନେଇଥିଲେ।
ସମାନ ଭାବେ ଗ୍ରାମର ଖିଲାର ସାହିର ଜଗନ୍ନାଥ ବାରିକ ଗାଈକୁ ମଧ୍ୟ ଚିକିତ୍ସା କରିଥିଲେ ବିରକିଶୋର। ଗତକାଲି ରିତିରେ ସେ ଗାଈଟି ମଧ୍ୟ ମରିଯାଇଛି । ବିରକିଶୋରଙ୍କ ବିରୋଧରେ ବାଇନ ଥାନାରେ ଅଭିଯେଗ କରିବାପରେ ପୋଲିସ୍ ବିରକିଶୋରକୁ ଉଠାଇ ଆଣି ଅଟକ ରଖି ତଦନ୍ତ ଚଳାଇଛି । ଆନନ୍ଦପୁର ଥାନା ପକ୍ଷରୁ କେସ୍ ନଂ.୯୫/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ମନୋରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି। ମୃତ ଗାଈଙ୍କ କ୍ଷତିପୂରଣ ଦାବି କରିଛନ୍ତି ଗାଁ ଲୋକେ ।
Powered by Froala Editor